July 1, 2025
Home » ସୋନପୁର – ବଲାଙ୍ଗୀର ଜାତୀୟ ରାଜପଥରେ ଖାଲ,ବଢୁଛି ଦୁର୍ଘଟଣା, ମରାମତି ଦାବି l

ସୋନପୁର – ବଲାଙ୍ଗୀର ଜାତୀୟ ରାଜପଥରେ ଖାଲ,ବଢୁଛି ଦୁର୍ଘଟଣା, ମରାମତି ଦାବି l

0
WhatsApp Image 2025-04-08 at 5.47.06 PM (1)

ସୁବର୍ଣ୍ଣପୁର–ସୋନପୁର – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସୋନପୁର ସହର ବ୍ଲକ ଛକ ଠାରୁ ଦେଢ଼ କି.ମି ଦୂର ଝିଙ୍କି କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଏକ ବିରାଟ ଖାଲ ସୃଷ୍ଟି ହୋଇଛି। ବାରମ୍ବାର ଅଭିଯୋଗ କଲା ସତ୍ତ୍ୱେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ମରାମତି କରାଯାଉନାହିଁ।ଏକ ବର୍ଷ ତଳେ ଝିଙ୍କି ଠାରୂ ବ୍ଲକ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ହୋଇ ନୂତନ ଭାବେ ପିଚୁ ରାସ୍ତା ନିର୍ମାଣ ହୋଇଥିଲା। ନିମ୍ନମାନର କାର୍ଯ୍ୟ ଯୋଗୁଁ ରାସ୍ତାରୁ ପିଚୁ ଉଠି ଖାଲ ସୃଷ୍ଟି ହୋଇଥିବା ସାମାଜିକ କର୍ମୀ ସର୍ଜନ କୁମାର ପାଣ୍ଡେ ଅଭିଯୋଗ କରିଛନ୍ତି। ବିଶେଷ କରି ଏହି ସ୍ଥାନରେ ସନ୍ଧ୍ୟା ସମୟରେ ଅନ୍ଧାର ରହୁଥିବା ଯୋଗୁଁ ସାଇକେଲ ଆରୋହୀ ଓ ବାଇକ୍ ଚାଳକ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହାକୁ ନେଇ ଜନସାଧାରଣଙ୍କ ମହଲ ରେ ଅସନ୍ତୋଷ ବଢିବାରେ ଲାଗିଛି। ଜନସାଧାରଣ ଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇ ମରାମତି କରିବାକୁ ସାଧାରଣରେ ଦାବି ହେଉଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *