ସୋନପୁର ବିବେକା ନନ୍ଦ କଲୋନୀ ରେ ହୋଲି ଉତ୍ସବ ପାଳନରେ ଦିବଙ୍ଗତ ଆତ୍ମା ପ୍ରତି ସାମୁହିକ ଶ୍ରଦ୍ଧା ସୁମନ ଅର୍ପଣ

ସୁବର୍ଣ୍ଣପୁର —ସୋନପୁର ବିବେକାନନ୍ଦ ନଗର ଠାରେ ହୋଲି ଉତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦିବଙ୍ଗତ ଆତ୍ମା ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇ ଏକ ନିଆରା ଢଙ୍ଗ ରେ ପାଳନ ହୋଇ ଯାଇଛି l ଦୀର୍ଘ ୧୯ ବର୍ଷ ଧରି ଖୁବ୍ ଧୁମ୍ ଧାମରେ ପାଳିତ ହୋଇ ଆସୁଥିବା ଏହି କାର୍ଯ୍ୟକ୍ରମ ରେ ଏହି କଲୋନୀ ର ସମସ୍ତ ପରିବାର ସଦସ୍ୟ ମିଶି ରଙ୍ଗ ଖେଳ ସହିତ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସାମିଲ୍ ହୋଇଥାନ୍ତି l
ରଙ୍ଗ ଖେଳ ସହିତ କଲୋନୀ ର ଛୋଟ ଛୋଟ ପିଲା ମାନଙ୍କୁ ଓ ଅଭିଭାବକ ଙ୍କୁ ନେଇ ସନ୍ଧ୍ୟା ରେ ନାଚ ଗୀତ ଓ ମ୍ୟୁଜିକ୍ ଚେଆର୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ପ୍ରଥମେ ବରିଷ୍ଠ ସଭ୍ୟ ସୁଧାଂଶୁ ମିଶ୍ର, ଡ଼ଃ. ସୁଶୀଲ ପଧାନ, ପ୍ରାକ୍ତନ ପ୍ରଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀ ଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବ କୁ ଶୁଭାରମ୍ଭ କରଯାଇଥିଲେ l କଲୋନୀ ର ଦିବଙ୍ଗତ ଆତ୍ମା ଙ୍କ ପ୍ରତି ସାମୁହିକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରଯାଇଥିଲା l ଏହି ଅବସରରେ ବିଭିନ୍ନ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଉଦଘୋଷିକା ସୁଶ୍ରୀ ଅଭିଜ୍ଞା ପଣ୍ଡା ଖୁବ୍ ସୁନ୍ଦର ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l କମିଟି ର ବରିଷ୍ଠ ସଦସ୍ୟ ମାନଙ୍କ ତତ୍ଵାବଧାନ ରେ କାର୍ଯ୍ଯକ୍ରମ କୁ ସଫଳ କରାଯାଇଥିଲା l ପରେ ପବିତ୍ର ନେଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର