ସୋନପୁର ମଝି ପଡ଼ା ରାମଜୀ ମନ୍ଦିରରେ ନବାନ୍ନ ପାରାୟଣ ଉଦଯାପିତ

l ସୁବର୍ଣ୍ଣପୁର –14/01/25,ପଶ୍ଚିମ ଓଡିଶା ବାର୍ତ୍ତା ( ଉଗ୍ରସେନ କର୍ମୀ ) ଗତ 5 ତାରିଖ ରୁ 13 ତାରିଖ ଯାଏଁ ସୋନପୁର ମଝିପଡ଼ା ଶ୍ରୀ ରାମଜୀ ମନ୍ଦିର ଠାରେ ଅନୁଷ୍ଟିତ ହୋଇଥିବା ଶ୍ରୀ ରାମ ଚରିତ ମାନସ ଓ ନବାନ୍ନ ପାରାୟଣ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି l ଗତ 7 ତାରିଖ ରେ ସୀତା ବିବାହ କରାଯାଇ ପ୍ରଭୂ ଙ୍କ ଠାରେ 56 ପ୍ରକାର ଭୋଗ ଲାଗି କରା ଯାଇଥିଲା l ଦିର୍ଘ 30 ବର୍ଷ ପୂର୍ବରୁ ମଝିପଡ଼ା ମହିଳା ସମିତି ଦ୍ବାରା ଏହି ଉତ୍ସବ ମହା ସମାରୋହରେ ଆୟୋଜନ କରାଯାଉଥିବା ବିଷୟ ସମିତି ର ବରିଷ୍ଠ ମହିଳା ସଦସ୍ୟl କଳ୍ପନା ଭୋଇ, ମଞ୍ଜୁ ପାଣିଗ୍ରାହି, ଅଞ୍ଜଳି ଦାଶ ପ୍ରକାଶ କରିଛନ୍ତି l ଆଜି ସହର ରେ ମହାପ୍ରଭୁ ଙ୍କ ନଗର ପରିକ୍ରମା ପରେ ଉତ୍ସବ ଉଦଯାପନ କରଯାଇଛି l ବ୍ୟାସ ଚୈତନ୍ୟ ମିଶ୍ର ଓ ପୂଜକ ଚୈତନ୍ୟ ପୁଝାରୀ ଙ୍କ ଦ୍ବାରା ରୀତି ନୀତି ରେ ରାମାୟଣ ପଠନ ଓ ପୂଜା ଅର୍ଚ୍ଚନା କାର୍ଯ୍ଯକ୍ରମ ହୋଇଥିବା ବେଳେ ଦୀର୍ଘ ନଅ ଦିନ ଧରି କର୍ତ୍ତା ଭାବେ ଅଟଳ ମହାପାତ୍ର ଓ ରୁନି ମହାପାତ୍ର ଯଜ୍ଞ ପୀଠ କାର୍ଯ୍ଯ ତୁଳାଇଥିଲେ l ରାମ ମନ୍ଦିର ର ସଦସ୍ୟ ତଥା ଭକ୍ତ ଶ୍ରୀବତ୍ସ ମଲ୍ଲିକ, ଭକୋଡୋ ସ୍ବାଇଁ, ପଦ୍ମନାଭ ପାଢ଼ୀ, ମନବୋଧ ଭୋଇ, ମାନ ଭଞ୍ଜନ ସାହୁ, ଲଡ଼ୁ କିଶୋର ମଲ୍ଲିକ, ପୀୟୂଷ ପଣ୍ଡା, ରଞ୍ଜିତ ସାହୁ, ସନ୍ତୋଷ ପାଢ଼ୀ ଙ୍କ ତତ୍ତ୍ୱl ବଧାନ ରେ ଅନୁଷ୍ଟିତ ଏହି ମହତ୍ କାର୍ଯ୍ୟ ରେ ଖିତି ସୂତା ତ୍ରୀପାଠୀ , ସୁଭଦ୍ରା ଦଳାଇ, କଳ୍ପନା ତ୍ରୀପାଠୀ, ଅନୁସୟା ତ୍ରିପାଠୀ , ସୌଦାମିନୀ ଦାଶ, ସ୍ମରଣିକା ମିଶ୍ର, ସବିତା ସାହୁ , ଲକ୍ଷ୍ମୀ ମଲ୍ଲିକ, ଯମୁନା ମଲ୍ଲିକ, ଭାଗ୍ୟସିନି ରଥ, ଜ୍ୟୋସ୍ନl ମିଶ୍ର , କୁନି ପଣ୍ଡା ପ୍ରମୁଖ ଶତାଧିକ ମହିଳା ଭକ୍ତ ଙ୍କୁ ସଂଗଠିତ କରିବା ଓ ଉତ୍ସବ ପାଳନ ରେ ସକ୍ରିୟ ସହଯୋଗ କରିଥିଲେ l ପ୍ରତ୍ୟହ 500 ରୁ ଉର୍ଦ୍ଧ୍ବ ମହିଳା ଭକ୍ତ ପ୍ରସାଦ ସେବନ କରିଥିବା ଜଣାଯାଇଛି l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର