ସୋନପୁର ରେ ବିପୁଳ ପରିମାଣ ର କଫ ସିରପ ଜବତ : ଦୁଇ ଗିରଫ
ସୁବର୍ଣ୍ଣପୁର — ସୋନପୁର କୁଞ୍ଜ ଛକ ରୁ ବ୍ଲକ୍ ଛକ ଦେଇ OD -03 AE 0154 ପିକଅପ୍ ଭେନ୍ ରେ 3750 ବୋତଲ କଫ ସିରପ ଯାଉଥିବା ସମୟ ରେ ସୁବର୍ଣ୍ଣପୁର ପୋଲିସ ଦ୍ଵାରା ଯାଞ୍ଚ ସମୟ ରେ କଫ ସିରପ ସହ ଦୁଇ ଆସାମୀ ଗିରଫ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ l ମାଜା ବୋତଲ ସହିତ ଅଭିନବ ଉପାୟ ରେ ଚାଲାଣ ହେଉଥିଲା କଫ ସିରପ।


ଦୁଇ ଅଭିଯୁକ୍ତ ମଧ୍ୟ ରୁ ଜଣେ 22 ବର୍ଷୀୟ ନିଖିଲ ଅଦାବର ଓ ଅନ୍ୟ ଜଣେ 24 ବର୍ଷୀୟ ଶିବା ବାଘ ଉଭୟ ବଲାଙ୍ଗୀର ଜିଲ୍ଲା ର ହୋଇଥିବା ପୋଲିସ ସୂତ୍ର ରୁ ସୂଚନା ମିଳିଛି। ପୋଲିସ ଉପସ୍ଥିତ ରେ ସମସ୍ତ କଫ ସିରପ ବୋତଲ ଗଣତି କରିବା ପରେ ସିଲ କରାଯାଇଛି। ଯୁବ ପୀଢ଼ି ଏହି ଔଷଧ କୁ ନିଶା ରେ ବ୍ୟବହାର କରୁଥିବା ବେଳେ ସୁବର୍ଣ୍ଣପୁର ରେ ମଧ୍ୟ ବହୁଳ ବ୍ୟବହାର ହେଉଥିବା ଅନେକ ସମୟ ରେ ଅଭିଯୋଗ ହୋଇଆସୁଛି। ଜବତ କଫ ସିରଫ ର ବଜାର ମୂଲ୍ୟ 20 ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି l ପୋଲିସ ର ଏପରି ବିପୁଳ ପରିମାଣ ରେ କଫସିରପ୍ ଜବତ୍ କିଛି ମାତ୍ରା ରେ ନିଶା କାରବାର କୁ ରୋକ୍ ଲଗେଇ ଦେବା କହିଛନ୍ତି। ସୋନପୁର ରେ ମଧ୍ୟ ଅନେକ ସ୍ଥାନ ରେ ବିକ୍ରି ହେଉଥିବାରୁ ପୋଲିସ ଚଢ଼ାଉ କରି ଧରିବାକୁ ସହର ବାସୀ ଦାବୀ କରିଛନ୍ତି ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
