November 19, 2025
Home » ସୋନପୁର ରେ ମାନବ ଅଧିକାର କାର୍ମଶାଳା ଅନୁଷ୍ଠିତ

ସୋନପୁର ରେ ମାନବ ଅଧିକାର କାର୍ମଶାଳା ଅନୁଷ୍ଠିତ

0
WhatsApp Image 2025-04-13 at 2.46.13 PM

ସୁବର୍ଣ୍ଣପୁର — ସମାଜ ର ଦଳିତ ନିଷ୍ପେସିତ ଲୋକ ଙ୍କ ଅଧିକାର ସମ୍ପର୍କରେ ସଚେତନ କରାଇ ସେମାନଙ୍କ ଅଧିକାର କୁ କ୍ଷୁର୍ଣ୍ଣ କରୁ ଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିରୁଦ୍ଧ ରେ ଲଢେଇ କରି ତାଙ୍କୁ ହକ ଦେବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମାନବ ଅଧିକାର ସାମ୍ବୁଖ୍ୟ ପକ୍ଷରୁ ଜିଲ୍ଲା ସଭାପତି ଦୁଃଖୀରାମ ନାଏକ ଙ୍କ ସଭାପତିତ୍ୱ ରେ ସୋନପୁର ସାହା ଗେଷ୍ଟ ହାଉସ ର ସଭା ଗୃହ ରେ ସୁବର୍ଣ୍ଣପୁର , ବୌଦ୍ଧ, ବଲାଂଗୀର ଓ ସମ୍ବଲପୁର ଜିଲ୍ଲା ର ମଣ୍ଡଳ ସ୍ତରୀୟ ମାନବ ଅଧିକାର କର୍ମୀ ମାନଙ୍କ ର ଏକ କର୍ମଶlଳା ଅନୁଷ୍ଟିତ ହୋଇଯାଇଛି l ମାନବ ସେବା ହିଁ ମାଧବ ସେବା ମନ୍ତ୍ର ରେ ଦୀକ୍ଷିତ ହେବାକୁ ମଞ୍ଚାସିନ ଅତିଥି ଭାବରେ ପରାମର୍ଶ କରିଥିଲେ l ଓ ଅବହେଳିତ ଲୋକ ଙ୍କ ଅଧିକାର ହାସଲ କରି ଏକ ସୁସ୍ଥ ଜୀବନ ଯାପନ କରିବାକୁ ପରାମର୍ଶ କରିଥିଲେ l ମାନବ ଅଧିକାର ସାମ୍ବୁଖ୍ୟ ର ସଭlପତି ଦୁଃଖୀରାମ ନାଏକ ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରମେଶ ଭାରତୀ, ରାଷ୍ଟ୍ରୀୟ ଉପା ଧ୍ୟକ୍ଷ ତପନ ପତି, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରତାପ ପୁରୋହିତ, ବକ୍ତା ଡ଼ଃ ସରସ୍ଵତୀ ଦାଶ, ଆଇନ ପରାମର୍ଶ ଦାତା ପ୍ରଦୀପ ପୁରୋହିତ, ସଂପାଦକ ସଞ୍ଜୟ ବେହେରା, ପରାମର୍ଶ ଦାତା ସୁଧାଂଶୁ ପଣ୍ଡା ଯୋଗ ଦେଇଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *