July 5, 2025
Home » ସୋନପୁର ର ବିଶିଷ୍ଟ ପାନ ବ୍ୟବସାୟୀ ମାୟାଧର (ହାଡୁ) ନାଏକ ଙ୍କ ପରଲୋକ

ସୋନପୁର ର ବିଶିଷ୍ଟ ପାନ ବ୍ୟବସାୟୀ ମାୟାଧର (ହାଡୁ) ନାଏକ ଙ୍କ ପରଲୋକ

0
WhatsApp Image 2025-04-25 at 10.05.03 AM

ସୁବର୍ଣ୍ଣପୁର —ସୋନପୁର ମଝିପଡ଼ା ବାସିନ୍ଦା ତଥା ବସ ଷ୍ଟାଣ୍ଡ ପଞ୍ଚରଥ ଶୈବ ପୀଠ ପାର୍ଶ୍ୱ ରେ ଥିବା ପାନ ଦୋକାନୀ ମାୟାଧର ନାଏକ (ହାଡୁ ଦାଦା) ଆଉ ନାହାନ୍ତି l ସଚ୍ଚୋଟ, ନିର୍ଭୀକ ଓ ଅମାୟିକ ବ୍ୟକ୍ତିତ୍ୱ ହାଡୁ ଦାଦା ଙ୍କ ସୁସ୍ୱାଦୁ ବେଲାରି ପାନ, ମିଠା ପାନ ଆଗୁଆ ଅର୍ଡର ଦେବାକୁ ପଡ଼େ, ଓ ତାଙ୍କ ପାନ ଖାଇବାକୁ ଲୋକ ଙ୍କୁ ଲାଇନ୍ ରେ ରହିବାକୁ ପଡ଼େ l ପାନ ତିଆରି ଠୁଁ ଦୋକାନ ର ସବୁ କାମ ଧୀର ସ୍ଥିର ଚିତ୍ତ ରେ କରନ୍ତି ସେ l ଥରେ ଯିଏ ତାଙ୍କ ହାତ ର ପାନ ଖାଆନ୍ତି ସେ ସ୍ଥାୟୀ ଗ୍ରାହକ ସାଜିଯାଆନ୍ତି l କଥା କମ୍ କଠିନ ପରିଶ୍ରମ କରୁଥିବା ରାଜା ରାଜୁଡ଼ା ସମୟ ର ଜଣେ ପୁରାତନ ପାନ ବ୍ୟବସାୟୀ ହାଡୁ ଦାଦା l ପାନ ଦୋକାନ ରୁ ଜୀବନ ଆରମ୍ଭ କରି ନିଜ ସହ ଦୁଇ ପୁଅ ଙ୍କୁ ମଧ୍ୟ ଜଣେ ସଫଳ ବ୍ୟବସାୟୀ ଭାବରେ ପରିଚୟ ସୃଷ୍ଟି କରିପାରିଛନ୍ତି ସେ l ଗତକାଲି ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ହୃଦ ଘାତ ରେ ତାଙ୍କ ମୃତ୍ୟୁ ବରଣ କରିଥିବା ଖବର ସୋନପୁର ଅଞ୍ଚଳ ରେ ଶୋକ ଖେଳି ଯାଇଛି l ଅପରାହ୍ନ ରେ ଶ୍ରୀ ରାମେଶ୍ୱର ଶ୍ମଶାନ ଘାଟ ରେ ସ୍ୱର୍ଗତ ନାଏକ ଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା l ପୌର ପରିଷଦ ର ପ୍ରାକ୍ତନ ଅଧ୍ୟକ୍ଷ କଇରୁ ସ୍ବାଇଁ, କାଉଁନସିଲର ପୀୟୂଷ ପଣ୍ଡା ଙ୍କ ସମେତ ସହର ର ବହୁ ବିଶିଷ୍ଟ ବ୍ୟକ୍ତି ଓ ମଝିପଡ଼ା ରାମ ଧୂନ କ୍ଲବ ର ସମସ୍ତ ସଦସ୍ୟ ସଂସ୍କାର କାର୍ଯ୍ଯ ରେ ଯୋଗ ଦେଇ ଅନ୍ତିମ ଦର୍ଶନ କରିଥିଲେ l ବଡ ପୁଅ ନିମେଇଁ ନାଏକ ପିତା ଙ୍କ ସଂସ୍କାର ବେଳେ ମୁଖାଗ୍ନୀ ଦେଇଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *