ସୋନପୁର ର ବିଶିଷ୍ଟ ମିଠା ଦୋକାନୀ ପ୍ରଭାତ ବକ୍ସି ଙ୍କ ପରଲୋକ l

ସୁବର୍ଣ୍ଣପୁର —ସୋନପୁର ସହର ର ଘୋଡ଼ାଘାଟପଡା ବାସିନ୍ଦା ତଥା ବିଶିଷ୍ଟ ମିଠା ଦୋକାନୀ ପ୍ରଭାତ ବକ୍ସି (ବାବୁଲି) ଙ୍କ ଗତ କାଲି ରାତିରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି l ମୃତ୍ୟୁ ବେଳକୁ ତାଙ୍କୁ 55 ବର୍ଷ ବୟସ ହୋଇଥିଲା l ଶ୍ରୀ ବକ୍ସି ଜଣେ ସରଳ ଓ ଅମାୟିକ ବ୍ୟକ୍ତି ଥିବା ବେଳେ ସୋନପୁର କଚେରୀ ଛକ ଓ ଜୟଗୁରୁ ମାର୍କେଟ ର ପ୍ରସିଦ୍ଧ ମିଠା ଓ ଜଳଖିଆ ଦୋକାନୀ ଭାବେ ଜିଲ୍ଲା ତଥା ବିଭିନ୍ନ ଅଞ୍ଚଳ ରେ ଖୁବ୍ ପରିଚିତ ଥିଲେ l ଆଜି ଶ୍ରୀ ବକ୍ସି ଙ୍କ ମର ଶରୀର ସୋନପୁର ରେ ପହଞ୍ଚିବା ପରେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ପ୍ରାକ୍ତନ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରଦୀପ ଶତପଥୀ ଓ ଦିନେଶ ଅଗ୍ରୱାଲା, ପୌର ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ ପ୍ରକାଶ ସାହୁ ଓ କଇରୁ ସ୍ବାଇଁ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ମନୋଜ ପଣ୍ଡା , ଜୟ କୁମାର ମହଲା, ଅନେକ ଓକିଲ, ସାମ୍ୱାଦିକ, ମାର୍ଚେଣ୍ଟ ସଂଘ ର ପ୍ରାକ୍ତନ ସଭାପତି ରାମ କୃଷ୍ଣ ମେହେର ଙ୍କ ସମେତ ସ୍ୱଚ୍ଛ ଭାରତ ସଂଗଠନ, ଯୋଗାଳୟ, ବରିଷ୍ଠ ନାଗରିକ ସଂଘ, ବାପୁଜୀ କ୍ଳବ୍ ଓ ସହର ର ବିଭିନ୍ନ ସଂଗଠନର କର୍ମକର୍ତ୍ତା ସ୍ବର୍ଗତ ବକ୍ସି ଙ୍କ ଅନ୍ତିମ ଦର୍ଶନ କରିଥିଲେ l ପୁତ୍ର କବୀର ବକ୍ସି ପିତା ଙ୍କ ସଂସ୍କାର ବେଳେ ମୁଖାଗ୍ନି ଦେଇଥିଲେ l ଶ୍ରୀ ବକ୍ସି ଙ୍କ ଶବ ଶୋଭାଯାତ୍ରା ବେଳେ ଓ ଶ୍ରୀ ରାମେଶ୍ବର ଶ୍ମଶାନ ଘାଟ ରେ ଅନ୍ତିମ ବିଦାୟ ସମୟରେ ଆଜି ଲୋକାରଣ୍ୟ ହୋଇ ଯାଇଥିଲା l ଶ୍ରୀ ବକ୍ସି ଙ୍କ ତିନି ଭାଇ, ଦୁଇ ଶlଳକ ଗୋପାଳ, ନିର୍ମଳ, ଆତ୍ମୀୟ ସ୍ୱଜନ ଙ୍କ ସମେତ ଶହ ଶହ ଲୋକ ଅନ୍ତିମ ସଂସ୍କାର ରେ ଯୋଗ ଦେଇ ଶ୍ରୀ ବକ୍ସି ଙ୍କୁ ଅନ୍ତିମ ବିଦାୟ ଦେଇ ଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର