ସୋନପୁର ସବ ଜେଲ ରେ ବିଚାରାଧୀନ କଏଦୀ ର ସନ୍ଦେହ ଜନକ ମୃତ୍ୟୁ
ସୁବର୍ଣ୍ଣପୁର ଜିଲ୍ଲା ସଦର ସୋନପୁର ସବ୍ ଜେଲ ଭିତରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ କଏଦୀ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ବେହେରାପାଲି ଗାଁର ମୋହନ ସୁନା ବୋଲି ଜଣାପଡିଛି । ସେ ୨୦୨୨ ମସିହାରୁ ତରଭା ଥାନା ଅଂଚଳର ଏକ ହତ୍ୟା ମାମଲାରେ ଜେଲରେ ବିଚାରାଧୀନ କଏଦୀ ଭାବରେ ବନ୍ଦୀ ଥିଲେ ।

ଜେଲ କର୍ତ୍ତୃପକ୍ଷ କହିବା ଅନୁସାରେ ଶୁକ୍ରବାର ଦିନ ସକାଳୁ କଏଦୀ ମୋହନ ନିଦରୁ ଉଠି ନଥିଲେ l ତାଙ୍କୁ ଉଠାଇବା ବେଳେ ସେ କିଛି କହି ପରି ନଥିବାରୁ ତୁରନ୍ତ ଫାର୍ମାସିଷ୍ଟ ଙ୍କୁ ଡକାଯାଇଥିଲା । ସେଠାରୁ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣା ଉପରେ ଅଧିକ ତଦନ୍ତ ଜାରି ରଖିଛି ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
