ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବୀରେ ଛାତ୍ର କଂଗ୍ରେସ୍ର ପାରାଦୀପ ମହାବିଦ୍ୟାଳୟ ଆଗରେ ବିକ୍ଷୋଭ

ପାରାଦୀପ: ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୂତି ଘଟଣା ପ୍ରତିବାଦରେ ଛାତ୍ର କଂଗ୍ରେସ୍ ପକ୍ଷରୁ ମଙ୍ଗଳବାର ଦିନ ପାରାଦୀପ ମହାବିଦ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମୃତା ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବା ସହିତ ଘଟଣା ପଛରେ ସଂପୃକ୍ତି ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ ଛାତ୍ର ନେତାମାନେ । ନ୍ୟାୟ ପାଇଁ ସୌମ୍ୟାଶ୍ରୀ ବାରମ୍ବାର ନିବେଦନ କରିଥିଲେବି କେହି ତାଙ୍କ କଥା ଶୁଣି ନଥିଲେ ଏଥିରେ ହତୋତ୍ସାହିତ ହୋଇ ସୌମ୍ୟାଶ୍ରୀ ଆତ୍ମାହୂତି ଦେଇଥିଲେ ।
ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ୱର ସାଂସଦ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଥିଲେ ଛାତ୍ର କଂଗ୍ରେସ୍ ରାଜ୍ୟ ସମ୍ପାଦକ ସୌମ୍ୟରଂଜନ ରାଉତ ଓ ରଶ୍ମୀରଂଜନ ପରିଡା । ଏଥି ସହିତ ସେମାନଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସ୍ ନେତା ରାକେଶ ମହାପାତ୍ର, ଜନ୍ମେଜୟ ମଲ୍ଲିକ, ଅଦିତ୍ୟ ପ୍ରସାଦ ମଲ୍ଲିକ, ଆଦିତ୍ୟ ପାତ୍ର, ସମୀର ବାରିକ, ଟୁନା ବାରିକ, ସତ୍ୟଜିତ ପାତ୍ର, ସ୍ମୃତିରଂଜନ, ସୁବ୍ରତ ବେହେରା, ପ୍ରକାଶ ଜେନା ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । ଏହି ଅବସରରେ ଛାତ୍ରମାନଙ୍କ ଏକ ଶୋଭାଯାତ୍ରା ବାହାରି କଲେଜ ପର୍ଯ୍ୟନ୍ତ ଯାଇଥିଲା । ସରକାର ଟାଳଟୁଳ ନିତି ବନ୍ଦ କରି ତୁରନ୍ତ ମୃତା ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେଲେ ତାଙ୍କ ଆତ୍ମାର ସଦଗତି ହେବ ବୋଲି ଛାତ୍ରନେତାମାନେ କହିଥିଲେ ।