January 21, 2025
Home » ସ୍ବଚ୍ଛତା ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେଲେ ସରପଞ୍ଚ

ସ୍ବଚ୍ଛତା ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେଲେ ସରପଞ୍ଚ

0

 

ଗଣିଆ (ଇପିଏ) ଗଣିଆରେ ରାସ୍ତା ଘାଟରେ ଦିନକୁ ଦିନ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ଗଦା ହୋଇ ପରିବେଶ ଦୂଷିତ ହେବାରେ ଲାଗିଛି । ଆବର୍ଜ୍ଜନା ଗଦା କରିବା ଲୋକମାନଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ ଏହାକୁ ପରିସ୍କାର କରିବାକୁ କେହି ଆଗଭର ହେଉନାହାନ୍ତି । ଏହି ଅବସରରେ ଗଣିଆ ସରପଞ୍ଚ ଗିରିଧାରୀ ସେଠୀଙ୍କ ନିଆରା ପ୍ରୟାସ ଦେଖିବାକୁ ମିଳିଛି । ଜନସାଧାରଣଙ୍କୁ ସ୍ବଚ୍ଛତା ପାଇଁ ସଚେତନ କରିବା ଉଦ୍ଦେଶ୍ୟରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଗଣିଆର ପ୍ରତ୍ୟେକ ସାହି,ବଜାର ପରିକ୍ରମା କରି ଅଳିଆ ଆବର୍ଜ୍ଜନା ଏଠି ସେଠି ନପକାଇବାକୁ ସଚେତନ କରିଛନ୍ତି ।

ଏପରିକି ଗଣିଆରେ ଥିବା ମା ସର୍ବମଙ୍ଗଳା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ନେଇ ଗଣିଆ ବଜାର,ହାଟପଡିଆ, ଗାନ୍ଧୀ ବଜାର ଆଦି ପରିସ୍କାର ପରିଚ୍ଛନ୍ନ କରିଥିବା ଦେଖିବାକୁ ମିଳିଛି । ସରପଞ୍ଚଙ୍କ ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଥିବା ବେଳେ ଏହି ସଚେତନତା କାର୍ଯ୍ୟକ୍ରମରେ ସମସ୍ତ ଜନସାଧାରଣ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଗିରିଧାରୀ ସେଠୀ,ସିଆରପି ଝୁମୁରୀ ନାୟକ,ଏମବିକେ ଶୁକ୍ଳାରାଣୀ ଦାସ ତଥା ମା ସର୍ବମଙ୍ଗଳା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ଉପସ୍ଥିତ ଥିଲେ ।

ନୟାଗଡ ଜିଲ୍ଲା ଗଣିଆ ଇପିଏ ରୁ ବ୍ରଜ କିଶୋର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *