October 16, 2024
Home » ସ୍ବର୍ଗତ ଅଭିଜିତ ପୂଜାହାରୀ ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକି ଉପଲକ୍ଷେ ସୃତିସଭା, ଯୋଗଦେଲେ ସୌମ୍ୟ ରଞ୍ଜନ ପଟ୍ଟାନାୟକ ।

ସ୍ବର୍ଗତ ଅଭିଜିତ ପୂଜାହାରୀ ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକି ଉପଲକ୍ଷେ ସୃତିସଭା, ଯୋଗଦେଲେ ସୌମ୍ୟ ରଞ୍ଜନ ପଟ୍ଟାନାୟକ ।

0

ସୁବର୍ଣ୍ଣପୁର — ସ୍ବର୍ଗତ ଅଭିଜିତ ପୁଜାହାରୀ ଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି l ଏହି ଶ୍ରାଦ୍ଧ ବାର୍ଷିକୀ ରେ ସମ୍ବାଦ ଗୃପ ର ଅଧ୍ୟକ୍ଷ ସୈାମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲେ l ରାଜ୍ୟ ସ୍ତରୀୟ ଅଭିଜିତ ପୂଜାରୀ ସ୍ମୃତି କମିଟି ଓ ସାହିତ୍ୟ ସଂସଦ କର୍ମକର୍ତ୍ତା ଓ ଦୁର୍ଗା ମନ୍ଦିର କମିଟି ବୃନ୍ଦ ସ୍ବାଗତ କରି ଦୁର୍ଗା ମନ୍ଦିର କୁ ପାଛୋଟି ଆଣିଥିଲେ । ଦୁର୍ଗା ମନ୍ଦିର କମିଟି ପକ୍ଷରୁ ଉପଢୌକନ ଦେବା ସହ ସମ୍ବାଦ ଗୃପ ର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ମାଙ୍କ ଠାରେ ଦିବ୍ୟ ଆଳତି କରିଥିଲେ । ବିନିକା ଦୁର୍ଗା ମନ୍ଦିର ସମ୍ମୁଖ ରେ ବିନିକା ମାଟିର ସୁଯୋଗ୍ୟ ସନ୍ତାନ ବିଷିଷ୍ଟ ଯୁବ କଳାକାର, ଗାୟକ ତଥା ଆଲବମ ନିର୍ଦ୍ଦେଶକ ସ୍ବର୍ଗତ ଅଭିଜିତ ପୂଜାହାରୀ ଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଉପଳକ୍ଷେ ସମ୍ବାଦ ଗୃପର ଅଧ୍ୟକ୍ଷ ସୈମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ଅଭିଜିତଙ୍କ ସ୍ମୃତିରେ ହୋଇଥିବା ରକ୍ତଦାନ ଶିବିର ,ସ୍ବାସ୍ଥ୍ୟ ସେବା ଶିବିର,ଚକ୍ଷୁ ପରୀକ୍ଷା ଶିବିର , ସାହିତ୍ୟ ସଭା ହୋଇଥିବାରୁ ଏଥିରୁ ଆମେ ଅନୁମାନ କରିନେବା ଅଭିଜିତ ସ୍ମୃତି ସଭାରେ ଏହିପରି କାର୍ଯ୍ୟକ୍ରମ ହୋଇଥିବାରୁ ଅଭିଜିତ ଇଶ୍ବରଙ୍କ ନିକଟ ତର ହୋଇ ସାରିଛନ୍ତି ବୋଲି ମତ ଦେଇଥିଲେ । କାର୍ଯ୍ୟକ୍ରମ ରେ ସମ୍ବାଦ ସାହିତ୍ୟଘର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ଫିତାକାଟି ରକ୍ତଦାନ ଶିବିର ,ଚକ୍ଷୁ ପରୀକ୍ଷା ଶିବିର,ଓ ମେଗା ସ୍ବାସ୍ଥ୍ୟ ପରାମର୍ଶ ଓ ସମ୍ବାଦ ସାହିତ୍ୟ ଘର ଓ ସ୍ମୃତି କମିଟି ମିଳିତରେ ଅନୁଷ୍ଟିତ ହୋଇଥିବା ରାଜ୍ୟ ସ୍ତରୀୟ କବି ସମ୍ମିଳନି କୁ ଉଦଘାଟନ କରିଥିଲେ । ଏଥିରେ ରାଜ୍ୟ ସ୍ତରୀୟ ଅଭିଜିତ ପୂଜାହାରୀ ସ୍ମୃତି କମିଟି ଉପଦେଷ୍ଟା କମିଟି ସଦସ୍ୟ ତଥା ପୂର୍ବତନ ବୁର୍ଲା ଭିମସାର ଡ଼ାଇରେକ୍ଟର ଅଶ୍ବିନି କୁମାର ପୂଜାହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ସମ୍ବାଦ ଗୃପର ଅଧ୍ୟକ୍ଷ ସୈାମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି , ଭିମସାର ବୁର୍ଲା ତ୍ସୀ ଓ ପ୍ରସୂତି ବିଶେଷଜ୍ଞ ଡ.ବେଣୁଧର ପାଣ୍ଡେ ମୁଖ୍ୟବକ୍ତା , ସମ୍ବାଦ ସାହିତ୍ୟ ଘର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ,ବିନିକା ତହସିଲଦାର ସୀତାରାମ ଭୋଇ, ବିନିକା ପୁରୁଣା ଦୁର୍ଗାପୂଜା କମିଟି ସଭାପତି ସନ୍ତୋଷ ପଣ୍ଡା , ସ୍ମୃତି କମିଟି ଆଇନ ପରାମର୍ଶ ଦାତା ବୃନ୍ଦାବନ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ପ୍ରଫେସର ଡ଼ା. ପୂଜାହାରୀ ଓ ପ୍ରଫେସର ଡ଼ା. ପାଣ୍ଡ‌େ ସମ୍ବାଦ ଗୃପ ଅଧ୍ୟକ୍ଷ ସୈାମ୍ୟରଞ୍ଜନ ପଟ୍ଟନାୟକ ଓ ସମ୍ବାଦ ସାହିତ୍ୟ ଘର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ଙ୍କୁ ପ୍ରଶଂସାପତ୍ର ଅର୍ପଣ କରିଥିଲେ ା ଅତିଥି ମାନଙ୍କ ଦ୍ବାରା ଯୁବ ପ୍ରତିଭା ସ୍ବର୍ଗତ ଅଭିଜିତ ପୂଜାହାରୀଙ୍କ ସୃତି ଚାରଣରେ ସୁବର୍ଣ୍ଣପୁର ମାଟି ଏଭଳି ଯୁବ ପ୍ରତିଭାକୁ ହରାଇ ଏପରି ପ୍ରତିଭାକୁ ପୁରଣ କରିବାପାଇଁ ଅଞ୍ଚଳର ଯୁବପ୍ରତିଭା ମାନଙ୍କୁ ଉତ୍ସାହିତ କରିବାପାଇଁ ପ୍ରତ୍ୟେକ ବ‌ର୍ଷ ଏଭଳି କାର୍ଯ୍ୟକ୍ରମ କରିବାକୁ ମୂଖ୍ୟ ଅତିଥି ସମ୍ବାଦ ଗୃପ ର ଅଧ୍ୟକ୍ଷ ସୈାମ୍ୟରଞ୍ଜନ ପଟ୍ଟନାୟକ ଙ୍କୁ ପରାମର୍ଶ ଦେଇଥିଲେ । ଏଭଳି ମେଗା ସ୍ବାସ୍ଥ୍ୟ ଶିବର ,ଚକ୍ଷୁ ପରୀକ୍ଷା ଶିବିର ,ରାଜ୍ୟସ୍ତରୀୟ କବିତା ଆସର ଓ ରକ୍ତଦାନ ଶିବିର ଆୟୋଜନ ହିଁ ପ୍ରକୃତରେ ଅଭିଜିତଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରସଂଶା କରିଥିଲେ । ପରେ ପ୍ରଫେସର ଡ଼ା. ପାଣ୍ଡେ ସହ ଦୀର୍ଘ ବର୍ଷ ହେବ ସମ୍ବାଦ ଆମ ଓଡ଼ିଶା ସହ ସାମିଲ ହୋଇ ରକ୍ତଦାନ କରିଆସୁଥିବା ୧୭ ଜଣ ରକ୍ତଦାତାଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବାଦ ଗୃପର ଅଧ୍ୟକ୍ଷ ସୈାମ୍ୟରଞ୍ଜନ ପଟ୍ଟନାୟକ ସମ୍ମାନିତ କରିଥିଲେ l ବିନିକା ସଦର ସାହିତ୍ୟଘର ସଭାପତି ପ୍ରମୋଦ ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ । ସୃତି କମିଟି ସଭାପତି ଅର୍ଚ୍ଚନା ପୁଜାହାରୀ ବିବରଣୀ ପାଠ କରିଥିଲେ । ଐତିହାସିକ ସୁଦାମ ନାଏକ ଓ ଡ଼. ଅନିରୁଦ୍ଧ କୁରୁକୁରିଆ ମଞ୍ଚ ପରିଚାଳନା କରିଥିଲ‌େ । ଶେଷରେ ଡ଼ା.ରାଜଲକ୍ଷ୍ମୀ ପୁଜାହାରୀ ଧନ୍ୟବାଦ ଅର୍ପଣ କରିଥିଲେ ା ସୂର୍ଯ୍ୟନାରାୟଣ ସାହୁ, ବୈଜୟନ୍ତୀ ସାହୁ, ମନୋରଞ୍ଜନ ମିଶ୍ର,କାହ୍ନୁ କର୍ଣ୍ଣ, ଦିଲ୍ଲିପ ସାହୁ, ସିତାରାମ ଦାସ,ପ୍ରଶାନ୍ତ ,ବିଟୁ ଅଗ୍ରୱାଲ,ବିକାଶ ଅଗ୍ରୱାଲ,ଅଞ୍ଜଳି ନାୟକ, ଓକିଲ -ବିରେନ୍ଦ୍ର ପୋଢ଼ ,ଅଶୋକ ପୃଷ୍ଟି, ବିଶ୍ବ ମିଶ୍ର ,ଉଷତ କର,ସମ୍ବିତ ନେପାକ, ଗୁପ୍ତେ ପୋଢ଼ ,ଅଶୋକ ପାଣ୍ଡେ,ବାଳଗୋପାଳ ପଣ୍ଡା , କାମପାଳ ପଣ୍ଡା ,ଗୋପି ପଣ୍ଡା.ଅଶୋକ ପଣ୍ଡା,ରାମ ଗୋପାଳ ବାଘ,ସନ୍ତୋଷ ବନଛୋର , କୈଳାସ ଗଣ୍ଡ, ରାଜେନ୍ଦ୍ର ସାହୁ, କଳ୍ପନା ସାହୁ, ଅଂଶୁମାନ ସାହୁ , ଅର୍ପିତା ସାହୁ, ରଞ୍ଜିତ ସାମଲ ସାହିତ୍ୟଘର କର୍ମ କର୍ତ୍ତା, ସ୍ମୃତି କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *