December 21, 2025
Home » ସ୍ବର୍ଗତ ବିଚିତ୍ରା ନନ୍ଦ ପଟ୍ଟନାୟକଙ୍କ ଜନ୍ମ ଦିବସରେ ରୋଗୀଙ୍କୁ କମ୍ବଳ ବଣ୍ଟନ

ସ୍ବର୍ଗତ ବିଚିତ୍ରା ନନ୍ଦ ପଟ୍ଟନାୟକଙ୍କ ଜନ୍ମ ଦିବସରେ ରୋଗୀଙ୍କୁ କମ୍ବଳ ବଣ୍ଟନ

0
unnamed (1)
ସ୍ବର୍ଗତ ବିଚିତ୍ରା ନନ୍ଦ ପଟ୍ଟନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ ଏବଂ ଓମ୍ ସାଇପ୍ରସାଦ ଖାଦ୍ୟ ରଥ ମୁଖ୍ୟ ଉଦ୍ୟୋକ୍ତା ସୁଷମା ପଟ୍ଟନାୟକଙ୍କ ସହଯୋଗରେ ଆଜି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆପତ୍ କାଳୀନ ଗୃହ ଠାରୁ ଆରମ୍ଭ କରି ମେଡିସିନ ୱାର୍ଡ, ସର୍ଜରୀ ୱାର୍ଡ ରେ ୧୫୦ ରୁ ଉର୍ଦ୍ଧ ରୋଗୀ ମାନଙ୍କୁ କମ୍ୱଳ ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟ କ୍ରମକୁ ନୟାଗଡ଼ ତହସିଲଦାର ଶ୍ରୀଯୁକ୍ତ ରାଜେଶ କିଶୋର ସ୍ୱାଇଁ, ରେଡକ୍ରସ କଂଭେନର ଶ୍ରୀମତୀ ସୁନିତାରଣି ମହାପାତ୍ର , ଶ୍ରୀମତୀ ତୃପ୍ତି ପଟ୍ଟନାୟକ ରେଡକ୍ରସ ଭଲେଣ୍ଟିୟର୍ସ ଫୋରମ୍ ର ସଦସ୍ୟ ଶ୍ରୀଯୁକ୍ତ ମାନସ ରଞ୍ଜନ ମହାପାତ୍ର, ସୁଧାଂଶୁ ରଞ୍ଜନ ଦାସ,ଶ୍ରୀଯୁକ୍ତ ପବିତ୍ର ମୋହନ ସାହୁ, ଶ୍ରୀଯୁକ୍ତ ତପନ ସାହୁ,ମେଟ୍ରନ ଶ୍ରୀମତୀ ଶାନ୍ତିଲତା ନାୟକ,ହେଲ୍ପଡେସ୍କ ମ୍ୟାନେଜର ଚିତ୍ତରଞ୍ଜନ ଜେନା,ସିକୁରିଟି ସୁପଭାଇଯର ଅକ୍ଷୟ କୁମାର ମିଶ୍ର ଉପସ୍ଥିତ ରହିଥିଲେ ,ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ବିଭୂତି ଭୂଷଣ ପଟ୍ଟନାୟକ ।ଶ୍ରୀ ପଟ୍ଟନାୟକଙ୍କ ସମାଜ ସେବା ସର୍ବୋପରି କୋରାନା ସମୟରେ ମଧ୍ୟ ଏହି କାର୍ଯ୍ୟକୁ ନୀରବଚ୍ଛିନ୍ନ ଭାବରେ ଚାଲୁ ରଖିଥିବାରୁ ନୟାଗଡ ଜିଲ୍ଲା କାହିଁକି, ଜିଲ୍ଲା ବାହାରେ ମଧ୍ୟ ତାଙ୍କର ଏହି ନିଃସ୍ଵାର୍ଥପର ସେବାକୁ ଭୂୟସୀ ପ୍ରଶଂସା କରିବାର ଦେଖିବାକୁ ମିଳିଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *