February 14, 2026
Home » ସ୍ବର୍ଗତ ମହେଶ୍ୱର ସାହୁଙ୍କ ଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳୀ ସଭା

ସ୍ବର୍ଗତ ମହେଶ୍ୱର ସାହୁଙ୍କ ଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳୀ ସଭା

0
WhatsApp Image 2026-02-14 at 2.05.24 PM

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ର ପୂର୍ବତନ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଅଧିକାରୀ ତଥା ପ୍ରଜାପତି ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ବ ବିଦ୍ୟାଳୟ ର ଆଜୀବନ ସଦସ୍ୟ ମହେଶ୍ୱର ସାହୁଙ୍କ ଆଜି ଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଅଛି।ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘ ଭବାନୀପାଟଣା ଓ ଟିଟିଲାଗଡ ସବ ଡିଭିଜନ ର ଜିଲ୍ଲା ସଭାପତି ଥବିର ପ୍ରସାଦ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଉପ ସଭାପତି ଅନିରୁଦ୍ଧ ସାହୁ,ସଂପାଦକ ଗୋପାଳ ଚନ୍ଦ୍ର ସାହୁ,ସଦର ଆଞ୍ଚଳିକ କମିଟି ର ସଂପାଦକ ମକରଧ୍ଵଜ ସାହୁ,ଧର୍ମଗଡ଼ ଜୁନାଗଡ ଆଞ୍ଚଳିକ କମିଟିର ସଂପାଦକ ମନୋଜ କୁମାର ସାହୁ, ଉପଦେଷ୍ଟା ଅଭିରାମ ସାହୁ, ବରିଷ୍ଠ ସଦସ୍ୟ ଅଶୋକ କୁମାର ପାତ୍ର, ରାଧେଶ୍ୟାମ ସାହୁ ଲୋକନାଥ ସାହୁ, କୋକସରା ଆଞ୍ଚଳିକ କମିଟିର ସଂପାଦକ ହେମନ୍ତ ସାହୁ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ମହେଶ୍ୱର ସାହୁ ଙ୍କର ସ୍ମୃତି ଚାରଣ କରିଥଲେ। ସଦର ବ୍ଲକ ଆଞ୍ଚଳିକ କମିଟି ର ସଭାପତି କୁଳମଣି ସାହୁ ଶ୍ରଦ୍ଧାଞ୍ଜଳୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ସୁଚନା ଯୋଗ୍ୟ ଯେ, ଗତ ଫେବୃଆରୀ ୫ତାରିଖରେ ୭୮ ବର୍ଷ ବୟସ ରେ ସ୍ଵର୍ଗତ ଶ୍ରୀ ସାହୁ ଙ୍କର ପରଲୋକ ହୋଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *