ସ୍ବଳ୍ପକାଳୀନ ଓ ଦୀର୍ଘ କାଳୀନ ପ୍ରଶିକ୍ଷଣ ସମ୍ବନ୍ଧିୟ ସୂଚନା ଓ ପରାମର୍ଶ ମେଳା

ମଙ୍ଗଳବାର କୁଚିଣ୍ଡା ବ୍ଲକ ପକ୍ଷରୁ ସ୍ଥାନୀୟ ଟାଉନ ହଲ ଠାରେ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ସମ୍ବନ୍ଧୀୟ ଏକ ପରାମର୍ଶ ମେଳା ଅନୁଷ୍ଠିତ ହୋଇଯାଇଛି। କୁଚିଣ୍ଡା ବ୍ଲକ ଜୀବନ ଜୀବିକା ମିଶନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ କୁଚିଣ୍ଡା ଉପଜିଲ୍ଲାପାଳ ଗୈାରବ ମୟ ପ୍ରଧାନ ଯୋଗଦେଇ ପ୍ରଦୀପ ଜାଲି ଉଦଘାଟନ କରିଥିଲେ।ଏହି ପରାମର୍ଶ ମେଳା ରେ ସ୍ବଳ୍ପ କାଳୀନ ଓ ଦୀର୍ଘ କାଳିନ କ’ଣ କ’ଣ ପ୍ରଶିକ୍ଷଣ ନେଲେ କିପରି ଭାବରେ ଶିକ୍ଷିତ ବେକାର ଯୁବକ ଯୁବତୀ ନିଯୁକ୍ତି ପାଇପାରିବେ ସେ ନେଇ ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ କୁଚିଣ୍ଡା ଜୋନ ୨ ର ସଭ୍ୟ ଦିବ୍ୟରାଜ କିସାନ,ଏମପି ନୋମିନି ରୁଦ୍ର ପ୍ରତାପ ଦେଓ, କୁଚିଣ୍ଡା ବିଡ଼ିଓ ଜୟନ୍ତ ସାହୁ, ଜିଲ୍ଲା ନିଯୁକ୍ତି ଅଫିସର ଶଙ୍କର ମୁର୍ମୁ, ଜିଲ୍ଲା ସଂଯୋଜକ ସାଧନା ପୁରୋହିତ,ନିର୍ଦେଶକ ଏସବିଆଇ ଆରଏସଇସୋ ସୁବାସ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଯୁବକ ଯୁବତୀଙ୍କ ଭବିଷ୍ୟତ ଗଢିବା ପାଇଁ ପରାମର୍ଶ ଦେଇଥିଲେ।
କୁଚିଣ୍ଡା ଇପିଏ ରୁ ଗଗନ ଶର୍ମା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )