November 13, 2025
Home » ସ୍ୱଚ୍ଛତା ଓ ପଲିଥିନ ମୁକ୍ତ ଅଭିଯାନ ସହ ନୂତନ ଜିଲ୍ଲାପାଳ ଙ୍କୁ ସାକ୍ଷାତ କଲେ ସ୍ୱଚ୍ଛ ଭାରତ ସଂଗଠନ ର କର୍ମକର୍ତ୍ତା

ସ୍ୱଚ୍ଛତା ଓ ପଲିଥିନ ମୁକ୍ତ ଅଭିଯାନ ସହ ନୂତନ ଜିଲ୍ଲାପାଳ ଙ୍କୁ ସାକ୍ଷାତ କଲେ ସ୍ୱଚ୍ଛ ଭାରତ ସଂଗଠନ ର କର୍ମକର୍ତ୍ତା

0
WhatsApp Image 2025-08-03 at 2.18.27 PM

ସୋନପୁର ଶ୍ରୀ ସୁବର୍ଣ୍ଣମେରୁ ମନ୍ଦିରରେ ସ୍ୱଚ୍ଛତା ଓ ପଲିଥିନ ମୁକ୍ତ ଅଭିଯାନ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର — ମନମୁଣ୍ଡା ପକ୍ଷ ରୁ ସଂଘ ର କାର୍ଯ୍ଯକାରୀ ସଭାନେତ୍ରୀ ଇନ୍ଦୁମତୀ ପୁରୋହିତ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ସୂଚନା ଏହିକି ଯେ ଗତ ୨୦୧୪ ମସିହା ଠାରୁ ଦୀର୍ଘ ୧୨ ବର୍ଷ ଯାଏ ଅନବରତ ଭାବେ ଏହି ଅନୁଷ୍ଠାନ ଉଭୟ ସହର ର ସମସ୍ତ ମନ୍ଦିର ମାନଙ୍କ ସହ ଜିଲ୍ଲା ଲୋକ ମହୋତ୍ସବ ଓ ପବ୍ଲିକ ପ୍ରଶାସନ ର ବିଭିନ୍ନ ଉତ୍ସବ ସଚେତନତା ଅଭିଯାନ ରେ ସାମିଲ ହୋଇ ସ୍ୱଚ୍ଛତା ଓ ପଲିଥିନ ମୁକ୍ତ କାର୍ଯ୍ୟକ୍ରମ କରିଆସୁଛି l ସଧାରଣ ଲୋକ ଙ୍କୁ ସଚେତନ କରିବାରେ ଉଲ୍ଲେଖନୀୟ ଭୂମିକା ରଖି ଆସିଛି l ଏହା ସହିତ ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ସହ ସାମିଲ ହୋଇ ପରିବେଶ ସୁରକ୍ଷା ଓ ରକ୍ତ ଦାନ ଶିବିର ଆୟୋଜନ ରେ ମଧ୍ୟ ସକ୍ରିୟ ସାମିଲ ରହି ସଚେତନତାସୃଷ୍ଟି କାର୍ଯ୍ୟକ୍ରମ ଜାରି ରଖିଛି l ଆଜିର ସଫେଇ କାର୍ଯ୍ୟକ୍ରମ ପରେ ପରେ ସହର ଜିଲ୍ଲା ତଥା ଜଗତ କଲ୍ୟାଣ ପାଇଁ ସାମୁହିକ ପ୍ରାର୍ଥନା କରା ଯାଇଥିଲା l ପରେ ପରେ ଏହି ସଂଗଠନର କର୍ମ କର୍ତ୍ତା ନବ ନିଯୁକ୍ତ ଜିଲ୍ଲପାଳ ଙ୍କୁ ଜିଲ୍ଲାପାଳ ଙ୍କ ବାସ ଭବନ ରେ ସୌଜନ୍ୟ ମୂଳକ ସାକ୍ଷାତ କରି ମନ୍ଦିର ମାଳିନୀ ସହର ଓ ଜିଲ୍ଲା ରେ ଥିବା ସମସ୍ତ ମନ୍ଦିର ଓ ପର୍ଯ୍ୟଟନ କ୍ଷେତ୍ର ର ରକ୍ଷଣା ବେକ୍ଷଣ ତଥା ତାର ଦୃତ ବିକାଶ ସହ ସହର କୁ କିପରି ସ୍ୱଚ୍ଛ ସୁନ୍ଦର କରାଯାଇ ପାରିବ ତା ଉପରେ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରିଥିଲେ l ଶ୍ରୀ ସୁବର୍ଣ୍ଣମେରୁ ମନ୍ଦିର, ମା ସୁରେଶ୍ଵରୀ ମନ୍ଦିର ଓ ବିଭିନ୍ନ ମନ୍ଦିର ର ଅନେକ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ l ସ୍ୱଚ୍ଛ ଭାରତ ସଂଗଠନ ସେବା ଓ ସଚେତନତା କାର୍ଯ୍ୟକ୍ରମ ରେ ସବୁବେଳେ ପ୍ରଶାସନ ସହ ମିଳିତ ସହଯୋଗ ରେ କାର୍ଯ୍ୟ କରିଆସୁଛି ବୋଲି କହିଥିଲେ l ଜିଲ୍ଲାପାଳ ଏ ସବୁ ସମସ୍ୟା ର ତୁରନ୍ତ ସମାଧାନ ଲାଗି ପ୍ରତିଶୁତି ଦେଇ ଥିବା ବେଳେ ଆଗକୁ ସହର ତଥା ଜିଲ୍ଲା ର ସୌନ୍ଦର୍ଯ୍ୟ କରଣ ଲାଗି ଅନେକ କାର୍ଯ୍ଯ ରେ ଆପଣ ମାନଙ୍କ ସହଯୋଗ ଜରୁରୀ ହେବ ବୋଲି କହିଥିଲେ ଓ ଆଜି ର ମନ୍ଦିର ସଫେଇ ପରେ ଜିଲ୍ଲାପାଳ ହଠାତ୍ ପରିଦର୍ଶନ ରେ ପହଞ୍ଚି ପରିସର ର ସ୍ୱଚ୍ଛତା ପରିବେଶକୁ ଦେଖି ଓ ଦୀର୍ଘ ବର୍ଷ ର ସଂଗଠନ ର ଏ ପ୍ରୟାସ କୁ ଭୂୟସୀ ପ୍ରଶଂସା କରି ସ୍ବେଛାସେବୀ ଙ୍କୁ ଉତ୍ସାହିତ କରିଥିଲେ l ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ସମ୍ପାଦକ ମନୋରଂଜନ ତ୍ରୀପାଠୀ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଆଜିର ଏହି କାର୍ଯ୍ଯକ୍ରମ ରେ ସଂଘର ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ସାହୁ, ରାମ ଚନ୍ଦ୍ର ଅଗ୍ରୱାଲା, ପ୍ରହଲ୍ଲାଦ ମିଶ୍ର, ଲଡୁ କିଶୋର ମଲ୍ଲିକ, ମନୋଜ୍ ପଣ୍ଡା, ଡ଼ା. ସାରୋଜ ପଟେଲ, ପ୍ରମୋଦ ମାହାଣା, ଗୋବିନ୍ଦ ମେହେର, ନରସିଂହ ବର୍ଗୀ, ଅମର ଭୁତ, ପ୍ରତାପ ଦାଶ, ଜୟନ୍ତ ବେହେରା, ଶୁଶାନ୍ତ ସାହୁ, ଜୟ ନାରାୟଣ ସାହୁ ପ୍ରମୁଖ ଅନେକ ସଦସ୍ୟ ସକ୍ରୀୟ ସାମିଲ ଥିଲେ l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *