December 3, 2025
Home » ସ୍ୱର୍ଣ୍ଣ ମନ୍ଦିରରେ “ଅପରେସନ୍ ବ୍ଲୁ ଷ୍ଟାର” ଭୁଲ୍ ଆଭିମୁଖ୍ୟ ଥିଲା:ପି ଚିଦାମ୍ବରମ

ସ୍ୱର୍ଣ୍ଣ ମନ୍ଦିରରେ “ଅପରେସନ୍ ବ୍ଲୁ ଷ୍ଟାର” ଭୁଲ୍ ଆଭିମୁଖ୍ୟ ଥିଲା:ପି ଚିଦାମ୍ବରମ

0
WhatsApp Image 2025-10-13 at 12.30.37 PM

ନୂଆଦିଲ୍ଲୀ:ପି ଚିଦାମ୍ବରମ କହିଛନ୍ତି ଅପରେସନ୍ ବ୍ଲୁ ଷ୍ଟାର ଭୁଲ ଥିଲା । ଆଉ ଭୁଲ ଢଙ୍ଗରେ ଏହାକୁ କରାଯାଇଥିଲା । ଯାହାର ମୂଲ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜର ଜୀବନ ଦେଇ ସୁଝିଥିଲେ ।୧୯୮୪ ମସିହା ଜୁନ୍ ମାସରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିରରୁ ଆତଙ୍କବାଦୀମାନଙ୍କୁ ବାହାର କରିବା ପାଇଁ ଯେଉଁ ଅପରେସନ୍ ବ୍ଲୁ ଷ୍ଟାର କରାଯାଇଥିଲା, ତା ଗୋଟିଏ ଭୁଲ୍ ଆଭିମୁଖ୍ୟ ଥିଲା । ତେବେ ଏ ନିଷ୍ପତ୍ତି କିନ୍ତୁ କେବଳ ଇନ୍ଦିରା ଗାନ୍ଧୀ ନେଇନଥିଲେ । ଇଣ୍ଟେଲିଜେନ୍ସ, ପ୍ରଶାସନିକ ଅଫିସର ମଧ୍ୟ ଏହି ନିଷ୍ପତ୍ତିରେ ସାମିଲ ଥିଲେ । ସମସ୍ତେ ମିଶି ସ୍ୱର୍ଣ୍ଣ ମନ୍ଦିରକୁ ସେନା ପଠାଇବାକୁ ନିଷ୍ପତ୍ତି ନେଇଥିଲେ । ଯାହାକି ଏକ ଭୁଲ ନିଷ୍ପତ୍ତି ଥିଲା ବୋଲି କହିଛନ୍ତି ପି ଚିଦାମ୍ବରମ ।ଦେଶର ସେତେବେଳେ ପ୍ରଧାନମନ୍ତ୍ରୀ ଥିବା ଇନ୍ଦିରା ଗାନ୍ଧୀଙ୍କ କହିବା ଅନୁସାରେ ଏହି ଅପରେସନ୍ କରାଯାଇଥିଲା । ଯେଉଥିରେ କି ଉଗ୍ରବାଦୀମାନଙ୍କୁ ହଟାଇବା ପାଇଁ ସ୍ୱର୍ଣ୍ଣମନ୍ଦିରରେ ପ୍ରବେଶ କରିଥିଲା ସେନା । ତେବେ ଏହାର ଜବାବରେ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ନିଜର ଅଙ୍ଗରକ୍ଷକ ହିଁ ଗୁଳି କରି ହତ୍ୟା କରିଥିଲେ । ଆଉ ଏହି ଘଟଣାର ଦୀର୍ଘ ବର୍ଷ ପରେ ଏବେ ପି ଚିଦାମ୍ବରମ ଏହି ସୈନ୍ୟ ଅଭିଯାନକୁ ଭୁଲ ବୋଲି ଦର୍ଶାଇବା ସହିତ କଂଗ୍ରେସ ନେତାଙ୍କୁ ଅଡୁଆରେ ପକାଇଛନ୍ତି ।ପୁଣି କଂଗ୍ରେସକୁ ଅଡ଼ୁଆରେ ପକାଇଛନ୍ତି ପୂର୍ବତନ ଗୃହମନ୍ତ୍ରୀ ପି ଚିଦାମ୍ବରମ । ସିଧା ସିଧା ଇନ୍ଦିରା ଗାନ୍ଧୀଙ୍କୁ ଲକ୍ଷ୍ୟ କରି ଚିଦାମ୍ବରମ ଏମିତି କିଛି ବୟାନ ରଖିଛନ୍ତି । ଯାହାକି ଖୋଦ୍ କଂଗ୍ରେସ ନେତାଙ୍କୁ ବି ଆଶ୍ଚର୍ଯ୍ୟ କରିଛି ।ଚିଦାମ୍ବରମଙ୍କ ପୂର୍ବରୁ ରାହୁଲ ଗାନ୍ଧୀଙ୍କର ମଧ୍ୟ ଏହିପରି ଗୋଟିଏ ବୟାନ ବେଶ ଭାଇରାଲ୍ ହୋଇଥିଲା । ମେ ୪ ତାରିଖରେ ରାହୁଲ ଗାନ୍ଧୀଙ୍କର ଗୋଟିଏ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ସେ କହିଥିଲେ ୧୯୮୪ ମସିହାର ଅପରେସନ୍ ବ୍ଲୁ ଷ୍ଟାର ଏକ ଭୁଲ ଥିଲା । ତେବେ ୮୦ ଦଶକରେ କଂଗ୍ରେସ ଯାହା ବି ଭୁଲ କରିଥିଲା, ତାହାର ଦାୟିତ୍ୱ ନେବାକୁ ମୁଁ ପ୍ରସ୍ତୁତ ।

 

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *