August 27, 2025
Home » ସ୍ୱାଧୀନତା ଦିବସ ରେ ଉଫୁଲା ସରପଞ୍ଚ କରିବେ ଆମରଣ ଅନଶନ

ସ୍ୱାଧୀନତା ଦିବସ ରେ ଉଫୁଲା ସରପଞ୍ଚ କରିବେ ଆମରଣ ଅନଶନ

0
WhatsApp Image 2025-08-09 at 1.56.14 PM

l ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଉଫୁଲା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀୟା କର୍ମୀ ସ୍ୱାଧୀନତା ଦିବସ ରେ ଆମରଣ ଅନଶନ କରିବେ l ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା,ବ୍ୟକ୍ତିଗତ ପ୍ରକଳ୍ପ,ଗାଈ, ଛେଳି, ମେଣ୍ଢା ଗୁହାଳ ନିର୍ମାଣ, ସେଚ କୂପ ଖନନ, ଜମି ଉନ୍ନତି କରଣ ପ୍ରକଲ୍ପ ମଞ୍ଜୁରୀ ପାଇଁ ବି ଡି ଓ ଵୀରମହାରାଜ୍ପୁର ଙ୍କ ଠାରେ ଅଭିଯୋଗ କରିବା ପରେ ସୁଫଳ ନ ମିଳବାରୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି l କ୍ଷୁଦ୍ର, ନାମମାତ୍ର , ତଫସିଲ ଭୁକ୍ତ ଜାତି,ଜନଜାତି ଯୋଗ୍ୟ ହିତାଧିକାରୀଙ୍କୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ବ୍ୟକ୍ତିଗତ ହିତାଧିକାରୀ ଅନୁଦାନ ମଞ୍ଜୁରୀ ପାଇଁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ
ଜିଲ୍ଲା ଅଧିକାରୀ ଙ୍କ ନିର୍ଦ୍ଦେଶ ପାଖାପାଖି ବର୍ଷେ ହେବ ବ୍ଲକ୍ ପ୍ରଶାସନର ନାଲିଫିତା ତଳେ ପଡ଼ିରହିବ, ବାରମ୍ବାର ସରପଞ୍ଚ ମୌଖିକ ଓ ଲିଖିତ ଭାବରେ ବ୍ଳକ୍ ପ୍ରଶାସନକୁ ସହଯୋଗ ମାଗିବା ସତ୍ତ୍ଵେ ବ୍ଳକ୍ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରିବା, ତାଙ୍କ
କାର୍ଯ୍ୟକାଳ ର ମୂଲ୍ୟବାନ ଏକ ବର୍ଷ ନଷ୍ଟ ହେବା ସହ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ତୃଣମୂଳ ପ୍ରତିନିଧି ଙ୍କ ସ୍ୱର ଚପେଇ ଦେବା ଭଳି ସଂବିଧାନ ବିରୋଧୀ ପଦକ୍ଷେପ ବିରୁଦ୍ଧରେ ଆସନ୍ତା ୭୯ ତମ ସ୍ବାଧିନତା ଦିବସ ଅଗଷ୍ଟ ୧୫ ତାରିଖ
ପୂର୍ବାହ୍ନ ୧୦ ଘଣ୍ଟା ରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୀରମହାରାଜପୁର ଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିବାକୁ ବି ଡି ଓ Cbse ବ୍ୟକ୍ତିଗତ ଭାବରେ ସାକ୍ଷାତ କରି ଲିଖିତ ଭାବରେ ଆମରଣ ଅନଶନ ନୋଟିସ ପ୍ରଦାନ ସହ ଜିଲ୍ଲାପାଳ ଓ ସୁବର୍ଣ୍ଣପୁର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁବର୍ଣ୍ଣପୁର, ଉପଜିଲ୍ଲାପାଳ ବୀରମହାରାଜପୁର, ଜିଲ୍ଲା ପଞ୍ଚାୟତ ଅଧିକାରୀ ସୁବର୍ଣ୍ଣପୁର ଙ୍କୁ ଜଣାଇ ଛନ୍ତି। ପୁରୁଷୋତ୍ତମ ଧାରୁଆ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ସରପଞ୍ଚ ଶ୍ରୀୟା କର୍ମୀ ବିଗତ ବର୍ଷେ ହେବ ଗାଇ ଗୁହାଳ, ଛେଳି ଗୁହାଳ, ମେଣ୍ଢା ଗୁହାଳ ନିର୍ମାଣ, ସେଚ କୂପ ଖନନ ଆଦି ବ୍ୟକ୍ତିଗତ ପ୍ରକଳ୍ପ, ଏମ ଜି ଏନ ଅର୍ ଇ ଜି ଏ ଯୋଜନା ରୁ ମଞ୍ଜୁରୀ ପାଇଁ ଯୋଗ୍ୟ ହିତାଧିକାରଙ୍କ ତରଫରୁ ସେ ବ୍ୟକ୍ତି ଗତ ଭାବରେ ବି ଡି ଓ ଙ୍କୁ ଜଣାଇବା , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁବର୍ଣ୍ଣପୁର ଙ୍କ ପତ୍ର ସଂଖ୍ୟା ୪୩୯୪ ତା ୨୪/୯/୨୦୨୪, ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ପ୍ରକୋଷ୍ଠ ଅଭିଯୋଗ ସଂଖ୍ୟା ଡିଏମ ୨୦୨୪୮୦୭୩୧୯ ତା ୦୨/୧୦/୨୦୨୪ ର ଆଦେଶନାମା ବ୍ଳକ୍ ପ୍ରଶାସନ ରେ କାର୍ଯ୍ୟନ୍ଵୟନ ନ ହୋଇ ପଡ଼ିରହିଲା ଓ ଜନ ଅସନ୍ତୋଷ ବୃଦ୍ଧି ପାଇବା,
ତୃଣମୂଳ ସ୍ତର ନିର୍ବାଚିତ ପଂଚାୟତରାଜ ପ୍ରତିନିଧି ଭାବରେ ଜନତାଙ୍କୁ ନ୍ୟାୟ ଦେବାରେ ବିଫଳ ହେବାରୁ ସାମ୍ବିଧାନିକ ଅଧିକାର ଅନଶନ କରିବା ଶେଷ ପନ୍ଥା ଆଦରିଥିବା ସଂପର୍କରେ ଅବଗତ କରି ୧୫ ଅଗଷ୍ଟ ମଧ୍ୟରେ ଦାବି ପୂରଣ ପାଇଁ ଆଉଥରେ ଦାବି ଉପସ୍ଥାପନା କରିଥିବା ସରପଞ୍ଚ ଙ୍କ ସୂତ୍ରରୁ ପ୍ରକାଶ। ସରପଞ୍ଚ ଆଗାମୀ
ଆମରଣ ଅନଶନ ପୂର୍ବରୁ ସମସ୍ତ୍ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ଲୋକପ୍ରତିନିଧି,ବୁଦ୍ଧିଜୀବୀ, ସଂଘ,ପଞ୍ଚାୟତି ରାଜ ପ୍ରତିନିଧି, ସମ୍ବାଦଦାତା,,ହିତାଧିକାରୀ, ଗଣ ସଙ୍ଗଠନ, ଶୁଭେଚ୍ଛୁ ପଞ୍ଚାୟତ ବାସୀ ଙ୍କ ସହ ବିଚାର ବିମର୍ଷ କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ମତ ରଖିଛନ୍ତି। ଉଫୁଲା ପଞ୍ଚାୟତ ପି ଇ ଓ ବଦଳି ବର୍ତ୍ତମାନ ପି ଇ ଓ ଓ ପୂର୍ବତନ ପିଇଓ ଦାୟିତ୍ୱ ହସ୍ତlନ୍ତରଣ ନେଇ ତାଳମେଳ ନ ରହିବା ହରିଶ୍ଚନ୍ଦ୍ର ଯୋଜନା ହିତାଧିକାରୀଙ୍କୁ ସହାୟତାରେ ବାଧା ନହେବା, କର୍ମଚାରୀ ଓ ୱାର୍ଡ ମେମ୍ୱର, ନାଏବ ସରପଞ୍ଚ ଙ୍କ ବକେୟା ପ୍ରାପ୍ୟ ପ୍ରଦାନ, ମଞ୍ଜୁରୀ ପ୍ରାପ୍ତ ସମସ୍ତ ଯୋଜନା ବ୍ୟକ୍ତିଗତ ସାମୂହିକ ପ୍ରକଳ୍ପ କାର୍ଯ୍ୟାଦେଶ ପାଇଁ କେଶ୍ ରେକର୍ଡ଼ ପ୍ରସ୍ତୁତିରେ ହେଉଥିବା ବାଧକ ରୁ ସୁରକ୍ଷା ପାଇଁ ପ୍ରଶାସନ ର ସହଯୋଗ ସରପଞ୍ଚ ଶ୍ରୀୟା କର୍ମୀ ଅନୁରୋଧ କରିଛନ୍ତି।ଜନସାଧରଣ ଙ୍କ ନ୍ୟାୟ ପାଇଁ ପ୍ରଶାସନ ତ୍ୱରିତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *