ସ୍ୱାମୀ କୁ ହତ୍ୟା କଲା ସ୍ତ୍ରୀ

ଯୋଡ଼ା – କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ର ୧ ନମ୍ବର ୱାର୍ଡ କଳାପାହାଡ଼ ତଲକ ହୋଟିଂ ରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନା କୁ ଆସିଛି।ପାରିବାରିକ କୋହଳ ରେ ଉକ୍ଷିପ୍ତ ହୋଇ ସ୍ତ୍ରୀ କରିଛି ସ୍ୱାମୀର ହତ୍ୟା।ସୂଚନା ଅନୁଯାୟୀ ଶନିବାର ଦିନ ସ୍ୱାମୀ କେନ୍ଦୁଆ ଲହାର ଏବଂ ସ୍ତ୍ରୀ ଲେମ୍ବ ଲହାର ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା।ଯାହାପ୍ରତିବାଦ ରେ ଲେମ୍ଵ ଲହାର ପ୍ରତିଶୋଧ ପ୍ରଣାୟନ ହୋଇ ପାଖରେ ଥିବା ଏକ ଶୀଳପୋତା ରେ ସ୍ୱାମୀ ଙ୍କ ମୁଣ୍ଡରେ ମାରଣାତ୍ମୋକ ଆକ୍ରମଣ କରିଥିଲେ।ଯାହା ଫଳରେ କେନ୍ଦୁଆ ସେଠାରେ ରକ୍ତାକ୍ତ ଅବସ୍ଥାରେ ପୋଡିଯାଇଥିଲେ।ତେବେ ସେଠାରେ ଥିବା ତାଙ୍କ ବଡ଼ ଝିଅ ମୋହିନୀ ଲହାର ତାଙ୍କୁ ଉଦ୍ଧାର କରି ଟାଟା ମେଡିକାଲ କୁ ନେଇଥିଲେ।ତେବେ ତାଙ୍କର ଅଵସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା।୮ ତାରିଖ ଦିନ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ତୁରନ୍ତ ତଲକ ହୋଟିଂ ଯାଇ ଅପରାଧୀ ଲେମ୍ବୁ ଲହାର ଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ପରେ କେସ ନମ୍ବର ୧୪୭/୨୦୨୫ ମାମଲା ରୁଜୁ କରି ଦଫା ୧୦୩ ରେ ଦୋଷୀ ଲେମ୍ବୁ ଲହାର କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଯୋଡା ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ସୂଚନା ଦେଇଛନ୍ତି।ସ୍ତାନୀୟ ଲୋକଙ୍କ କହିବା ଅନୁଯାୟୀ ପୂର୍ବରୁ ମଧ୍ୟ ଲେମ୍ଵ ଲହାର ତାଙ୍କ ସ୍ୱାମୀ କେନ୍ଦୁଆ ଉପରେ ଏକ ଲୁହା ରୋଡ଼ ରେ ଆକ୍ରମଣ କରିଥିଲେ କିନ୍ତୁ ଭାଗ୍ୟବସତ ସେ ସମୟରେ ସେ ବଞ୍ଚିଯାଇଥିଲେ। ଲେମ୍ଵ ଲହାର ଏକ ଅଭ୍ୟାସ ଗତ ଅପରାଧୀ ଯାହାଙ୍କୁ କୋଠର ରୁ କୋଠର ଦଣ୍ଡ ମିଳିବା ଦରକାର ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।