ସ୍ୱାମୀ ପରିତ୍ୟକ୍ତାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ,ହତ୍ୟାକାରୀ ହୋମଗାର୍ଡ ଗିରଫ
ପୋଲିସ ଖାକିରେ ଦାଗ, ସୈତାନ ସାଜିଲା ହୋମଗାର୍ଡ ସ୍ୱାମୀ ! ଦେବଗଡ଼ ଜିଲ୍ଲା ଲଇମୁରା ଥାନାଞ୍ଚଳ ରେ ସ୍ଵାମୀ ପରିତ୍ୟକ୍ତା ମହିଳାକୁ ହତ୍ୟା ଘଟଣାର ପର୍ଦାଫାଶ କରିଛି ପୁଲିସ l ହତ୍ୟାକାଣ୍ଡ ଭିଆଇଥିଲା ଲଇମୁରା ଥାନା ର କାର୍ଯ୍ୟରତ ହୋମ ଗାର୍ଡ ଶ୍ରୀକର ସୁନାନୀ l ଗତ 21 ତାରିଖ ବିଳମ୍ବିତ ରାତ୍ରିରେ ହତ୍ୟାକାରୀ ଘଟାଇଥିଲା ଜଘନ୍ୟ ହତ୍ୟାକାଣ୍ଡ l

22 ତାରିଖ ଦିନ ମୃତ ମହିଳାଙ୍କ ବାପା କେସନ ମାଝୀଙ୍କ ଅଭିଯୋଗ ପରେ ଆଡିସନାଲ ଏସପି ଓ ଏସଡିପିଓ ରମେସ ମାହାନାଙ୍କ ନିର୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଅଧିର ତଦନ୍ତ କରୁଥିଲା ପୁଲିସ l ହତ୍ୟା କାଣ୍ଡରେ ମୃତ ମହିଳାଙ୍କ ପ୍ରେମିକ ସେହି ଥାନାଞ୍ଚଳ ର କଦଳିମୁଣ୍ଡା ଗ୍ରାମର ଶ୍ରୀକର ସୁନାନୀ ର ସମ୍ପୃକ୍ତି ଜାଣିବା ପରେ ଅଟକ ରଖି ପଚରା ଉଚୁରା କରୁଥିଲା ପୁଲିସ l

ପୁଲିସ ତଦନ୍ତ ବେଳେ ଅଭିଯୁକ୍ତ ପ୍ରେମିକ ଶ୍ରୀକର ପ୍ରେମିକା ମୃତ ପ୍ରତିମା ର ତଣ୍ଟି ଚିପି ହତ୍ୟା କରିଥିବା ସ୍ୱୀକାର କରିବା ପରେ ହତ୍ୟା କାଣ୍ଡ ଘଟଣାରୁ ପର୍ଦା ଉଠାଇଛି ପୁଲିସ l ଆଜି ଅଭିଯୁକ୍ତ ହୋମଗାର୍ଡ କୁ ଗିରଫ କରି ଡାକ୍ତରୀ ମଇନା ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ! ଜିଲ୍ଲା ପୁଲିସ ମୁଖ୍ୟାଳୟ ରେ ଏକ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଏସପି ଅନିଲ କୁମାର ମିଶ୍ର l
ଦେବଗଡ଼ ରୁ ଦେବାନନ୍ଦ ନାଏକ ଙ୍କ ଙ୍କ ରିପୋର୍ଟ ଇପିଏ ନିଯୁଜୁ
