February 15, 2026
Home » ସ୍ୱାମୀ ବିବେକାନ ଟ୍ରଷ୍ଟର ରାଷ୍ଟ୍ରୀୟ ଯୁବ ଦିବସ ଓ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ

ସ୍ୱାମୀ ବିବେକାନ ଟ୍ରଷ୍ଟର ରାଷ୍ଟ୍ରୀୟ ଯୁବ ଦିବସ ଓ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ

0
WhatsApp Image 2026-01-14 at 1.59.37 PM

ପାରାଦୀପ: ପାରାଦୀପର ସ୍ୱାମୀ ବିବେକାନନ୍ଦ ଟ୍ରଷ୍ଟ ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସ ଓ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ସ୍ଥାନୀୟ ଜୟଦେବ ସଦନ ଠାରେ ପାଳିତ ହୋଇଯାଇଛି। ସକାଳେ ପାରାଦୀପ ବନ୍ଦର ସିଏମଇ କାର୍ଯ୍ୟକ୍ରମକୁ ଫିତା କାଟି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପରେ ପରେ ସ୍କୁଲର କୁନି କୁନି ପିଲାମାନଙ୍କ ମଧ୍ୟରେ ଫ୍ୟାନ୍ସି ଡ୍ରେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସନ୍ଧ୍ୟାରେ ଟ୍ରଷ୍ଟର ସଭାପତି ବିଭୁ ପ୍ରସାଦ ନାୟକ ଉକ୍ତ ସଭାରେ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ସଭାକୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଜଗତସିଂହପୁର ସାଂସଦ ଡଃ ବିଭୁ ପ୍ରସାଦ ତରାଇ, ସମ୍ମାନିତ ଅତିଥି ଭାବେ ପାରାଦ୍ୱୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଜଗତସିଂହପୁର ବିଜେପି ଜିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ର, ବନ୍ଦରର ପୂର୍ବତନ ଟ୍ରଷ୍ଟି ଭୁବନ ମୋହନ ଜେନା ଓ ଯୋଗ ଗୁରୁ ତାପସ ରଞ୍ଜନ ପତି ପ୍ରମୁଖ ଯୋଗ ଦେଇ ଥିଲେ |


ସ୍ଵାମୀ ବିବେକାନନ୍ଦ ସର୍ବଦା ସମାଜର ଅବହେଳିତ ମାନଙ୍କ ଅଧିକାର କଥା କହିବା ସହ ବିଶ୍ୱରେ ଭ୍ରାତୃତ୍ୱର ଭାବନାକୁ ଉଜ୍ଜୀବିତ କରିବାକୁ ପ୍ରୟାସ କରୁଥିଲେ l ତାଙ୍କର ନୀତି ଓ ଆଦର୍ଶ ସର୍ବଦା ଯୁବପିଢ଼ିଙ୍କ ପାଇଁ ରାଷ୍ଟ୍ର ନିର୍ମାଣ ଦିଗରେ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ ଥିଲେ। ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ।ଟ୍ରଷ୍ଟର ଭାଇସ ଚ୍ୟାରମ୍ୟାନ ବରିଷ୍ଠ ଆଇନିଜୀବୀ ଦେବ ବ୍ରତ ସାହୁ ଶେଷରେ ଧନ୍ୟବାଦ ଦେଇଥିଲେ। । କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ |

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *