July 2, 2025
Home » ସ୍ୱେତଗଙ୍ଗା ରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ

ସ୍ୱେତଗଙ୍ଗା ରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ

0
WhatsApp Image 2025-03-12 at 4.43.42 PM

ଶ୍ରୀକ୍ଷେତ୍ର ଶ୍ୱେତଗଙ୍ଗାରେ ହୋଇଛି ସ୍ବର୍ଗତ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ । ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାରେ ରୀତିନୀତି ସହ ବିସର୍ଜନ କର୍ମ ହୋଇଛି।ଅସ୍ଥି ବିସର୍ଜନ ସହ ପିଣ୍ଡଦାନ କରି ବାପାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ପୁଅ ବାବୁଶାନ୍ ଓ ବୋହୂ ତୃପ୍ତି ।ସେପଟେ ଦଶାହ କର୍ମ ବେଳେ ବାବୁଶାନ ମୁଣ୍ଡନ ନହେବାକୁ ନେଇ ସ୍ପଷ୍ଟିକରଣ ଦେଇଛନ୍ତି ଊତ୍ତମଙ୍କ ସମ୍ପର୍କୀୟ ଅଭିନେତା ରବି ମିଶ୍ର ।ରାଜଧର୍ମ ପାଳନ କରିବା ନ୍ୟାୟରେ ସୁଟିଂ ପାଇଁ ମୁଣ୍ଡନ ହୋଇନାହାନ୍ତି ବାବୁଶାନ୍। ସୁଟିଂ ଶେଷ ହେବାସହ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପରେ ତ୍ରିବେଣୀରେ ଅସ୍ଥି ବିସର୍ଜନ କରି ମୁଣ୍ଡନ୍ ହେବେ ବାବୁଶାନ୍ ।ଅନ୍ୟପଟରେ ମୁଣ୍ଡନ ପାଇଁ କୌଣସି ବାଧ୍ୟବାଧକତା ନାହିଁ ।ଶେଷ ଅସ୍ଥି ବିସର୍ଜନ ପରେ ମୁଣ୍ଡନ ହେବାରେ କୌଣସି ଅସୁବିଧା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସାବତ ନିଯୋଗ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *