October 23, 2025
Home » ହଜରତ ମହମ୍ମଦ ଙ୍କ ଜନ୍ମ ଜୟନ୍ତୀ ଇଦ ଏ ମିଲାଦୁନ ନବୀ ପାଳିତ

ହଜରତ ମହମ୍ମଦ ଙ୍କ ଜନ୍ମ ଜୟନ୍ତୀ ଇଦ ଏ ମିଲାଦୁନ ନବୀ ପାଳିତ

0
WhatsApp Image 2025-09-05 at 4.40.11 PM (1)

କେନ୍ଦୁଝର :କେନ୍ଦୁଝର ପୁରୁଣାସହର ଜୁମ୍ମା ମସଜିଦ ରେ ଇସଲାମ ଧର୍ମବଲମ୍ବୀ ମୁସଲମାନ ଭାଇ ଭଉଣୀ ମାନଙ୍କ ଦ୍ୱାରା ଇଦ ଏ ମିଲାଦୁନ ନବୀ ଉଲ୍ଲାସ ସହିତ ପାଳିତ ହୋଇଛି, ଏ ଅବସରରେ ଜୁମ୍ମା ମସଜିଦ ଇମାମ ଙ୍କ ଦ୍ୱାରା ହଜରତ ମହମ୍ମଦ ଙ୍କ ଜନ୍ମ ବୃତ୍ତାନ୍ତ କର୍ମ ଜୀବନୀ ଓ ମାନବୀୟ କାର୍ଯ୍ୟ ର ବ୍ୟାଖ୍ୟା କରାଯାଇ ସମୂହ ନମାଜ ପାଠ କରାଯାଇଥିଲା ଏହାପରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଙ୍କୁ, ଗରିବ ଙ୍କୁ ଲଙ୍ଗର ଖାନା ରେ ଆପ୍ୟାୟିତ କରାଯାଇ ମକ୍କା ମଦିନା ର ପ୍ରତିକୃତି ସହିତ ସହର ପରିକ୍ରମା କରାଯାଇଥିଲା, ଶହଶହ ଆବାଳ ବୃଦ୍ଧ ବନିତା କଲମା ପାଠ ସହିତ ଜୁମ୍ମା ମସଜିଦ ରୁ ବାହାରି ପୁରୁଣା ସହର, ହସ୍ପିଟାଲ ରୋଡ଼, ଟେଲିଫୋନ ଛକ, କଚେରୀ ଛକ, ଗାନ୍ଧୀ ଛକ ଜେଲ ରୋଡ଼ ଢାଙ୍ଗଡ଼ପଡା ଛକ ବୈଦ୍ୟରାଜ ସାହି ଦେଇ ପୁନଶ୍ଚ ଜୁମ୍ମା ମସଜିଦ ରେ ସମାପନ ଉତ୍ସବ କରିଥିଲେ,

ଏ ଅବସରରେ ପୌର ଉପନଗରପାଳ, ୱାର୍ଡ କାଉନ ସିଲର ବୃନ୍ଦ ଉପସ୍ଥିତ ରହି ଶୁଭେଚ୍ଛା ଜ୍ଞାପନ କରିଥିଲେ, ପ୍ରତିକୃତି ର ଗନ୍ତବ୍ୟ ସ୍ଥଳ ମାନଙ୍କ ରେ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ମାନଙ୍କ ଦ୍ୱାରା ଶୋଭାଯାତ୍ରା କାରି ଙ୍କୁ ଥଣ୍ଡା ସର୍ବତ, ପାନୀୟ ଜଳ, ମିଷ୍ଟାନ୍ନ ରେ ଆପ୍ୟାୟିତ କରାଯାଇଥିଲା, ଟାଉନ ପୋଲିସ ଶାନ୍ତି ଶୃଙ୍ଖଳା ଦାୟିତ୍ୱ ସମ୍ପନ୍ନ କରିଥିଲେ

Leave a Reply

Your email address will not be published. Required fields are marked *