July 5, 2025
Home » ହବିଷ୍ୟାଳି ମାନଙ୍କର ଘର ବାହୁଡ଼ା

ହବିଷ୍ୟାଳି ମାନଙ୍କର ଘର ବାହୁଡ଼ା

0
vlcsnap-2024-11-17-15h40m53s188

ବସ୍ ଷ୍ଟାଣ୍ଡ ଓ ରେଳଷ୍ଟେସନ ରେ ଭିଡ଼ ଥିବାର ଦେଖାଯାଏ। ଭାବ ବିହ୍ୱଳ କଣ୍ଠରେ ନିଜ ସାଥୀ ମାନଙ୍କୁ ବିଦାୟ ଦେଇ ବଞ୍ଚିଥିଲେ ପୁଣି ଆର ବର୍ଷକୁ ଦେଖା ହେବ ବୋଲି କହୁଥିବା ଦେଖାଯାଇଥିଲା। ପୁରୀ ତା ୧୬/୧୧/୨୦୨୪ ପୁରୀ ସହରରେ ଧର୍ମ ମାସ କାର୍ତ୍ତିକ ମାସର ବ୍ରତ ପାଳନ କରିବା ନିମନ୍ତେ ରାଜ୍ୟର ବିଭିନ୍ନ ପ୍ରାନ୍ତର ରୁ ହବିଷ୍ୟାଳି ମାନଙ୍କର ଭିଡ ଜମି ଥିଲା।ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ୪ଟି ସ୍ଥାନ ରେ ହବିଷ୍ୟାଳି ମାନଙ୍କୁ ରଖିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

୨୫୦୦ ହବିଷ୍ୟାଳି ଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ହବିଷ୍ୟାଳି ଶିବିରରେ ରଖାଯାଇ ସେମାନଙ୍କ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଏତଦ୍ ବ୍ୟତୀତ ଅନେକ ହବିଷ୍ୟାଳି ବିଭିନ୍ନ ମଠ,ନବୀନ ହାଉସ୍ ଓ ଭଡା ଘରେ ରହି ବ୍ରତ ପାଳନ କରୁଥିବା ମଧ୍ୟ ଦେଖା ଦେଇଥିଲା।ଆଜି ହବିଷ୍ୟାଳି ମାନଙ୍କର ଘର ବାହୁଡ଼ା ହୋଇଛି।ଦୀର୍ଘ ୧ ମାସ ଧରି ଏକତ୍ରିତ ହୋଇ ବ୍ରତ ପାଳନ କରୁଥିବା ବ୍ରତ ଚାରିଣୀ ମାନେ ଆଜି ବିଦାୟ ନେବା ବେଳେ ନିଜର ସାଙ୍ଗ ସାଥୀ ମାନଙ୍କୁ ଭାବ ବିହ୍ୱଳ କଣ୍ଠରେ ବଞ୍ଚିଥିଲେ ପୁଣି ଆରବର୍ଷ କୁ ଦେଖା ହେବ ବୋଲି କହୁଥିବା ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *