July 6, 2025
Home » ହରଭଙ୍ଗା ଗ୍ରାମ୍ୟ ଜଙ୍ଗଲରେ 76 ତମ ବନ ମହୋତ୍ସବ ପାଳିତ

ହରଭଙ୍ଗା ଗ୍ରାମ୍ୟ ଜଙ୍ଗଲରେ 76 ତମ ବନ ମହୋତ୍ସବ ପାଳିତ

0
WhatsApp Image 2025-07-06 at 11.43.09 AM

ସୁବର୍ଣ୍ଣପୁର– ବୌଦ୍ଧ ଜିଲ୍ଲା ପୁରୁଣାକଟକ ରେଞ୍ଜ ର ହରଭଙ୍ଗା ଫରେଷ୍ଟ ସେକ୍ସନ ଧର୍ମ ନଗର ଗ୍ରାମ୍ୟ ଜଙ୍ଗଲରେ 76 ତମ ବନ ମହୋତ୍ସବ ପାଳିତ ହୋଇଯାଇଛି l ପୁରୁଣା କଟକ ରେଞ୍ଜ ହରଭଙ୍ଗା ସେକସନ ଅନ୍ତର୍ଗତ ଧର୍ମ ନଗର ଗ୍ରାମ ଜଙ୍ଗଲ ଠାରେ ବନ ବିଭାଗ ପକ୍ଷରୁ ବନ ମହୋତ୍ସବ ପାଳିତ ହୋଇ ଯାଇଛି l ଏହି ଅବସରରେ ପୁରୁଣାକଟକ ରେଞ୍ଜ ଅଧିକାରୀ ଜୟନ୍ତ କୁମାର ଦାସ ଙ୍କ ନିର୍ଦ୍ଦେଶ ରେ ହରଭଙ୍ଗା ବନପାଳ ଅଶୋକ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଅତିଥି ଭାବରେ ହରଭଙ୍ଗା ସରପଞ୍ଚ ଶ୍ରୀମତୀ ଶକୁନ୍ତଳା ବେହେରା, ସମିତି ସଭ୍ୟ ଚିତ୍ତ ରଞ୍ଜନ ସେଠୀ, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସିଂହ ଅତିଥି ଭାବରେ ଯୋଗଦେଇ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ଉକ୍ତ ଅବସରରେ ଏକ ହଜାରରୁ ଉର୍ଦ୍ଧ୍ବ ଆମ୍ବ, କଦମ୍ବ, ନିମ୍ବ, ଜାମୁ, ତେନ୍ତୁଳି, ଅଁଳା, ମହୁଲ ଆଦି ଗଛ ଲଗା ଯାଇଥିଲା ଓ ଆଗାମୀ ଦିନରେ ଏଭଳି 16 ହଜାର ଗଛ ଲଗାଇବାର ଲକ୍ଷ ଧାର୍ଯ୍ୟ ରଖା ଯାଇଥିବା ବନପାଳ ସୂଚନା ଦେଇଥିଲେ | ଏଇ କାର୍ଯ୍ୟକ୍ରମ ରେ ସାହାଯ୍ୟ କରିଥିଲେ ବନ କର୍ମଚାରୀ ଶିବ ସେଠି, ସିଲୁ ପାତ୍ର, ସିଲୁ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ୲ ସାମ୍ବାଦିକ ଚିତ୍ତରଞ୍ଜନ ସିଂହ ମତ ପ୍ରକାଶ କରିଛନ୍ତି ଏଇ ଯେଉଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ତେଣୁ ମହାନଦୀ କୂଳେ କୂଳେ ତାଳ ଗଛ ଲଗେଇବା ପାଇଁ ବନ ବିଭାଗ କୁ ଅନୁରୋଧ କରିଛନ୍ତି l ତାଳ ଗଛ ଲଗାଇଲେ ମୂର୍ତ୍ତିକା କ୍ଷୟ ହେବନି ଓ ମହାନଦୀ କୂଳେ କୂଳେ ତାଳ ଗଛ ବ୍ୟାପକ ପାଇଁ ସେ ବନ ବିଭାଗ କୁ ଅନୁରୋଧ କରିଛନ୍ତି l ଏତିକି ରେ ବନ ବିଭାଗ ସ୍ଵତନ୍ତ୍ର ପଦକ୍ଷେପ ନେବା ପାଇଁ ଦାବି ହୋଇଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *