July 27, 2025
Home » ହରିତ ଯୋଗ ର ଅଂଶ ଭାବେ ପାରାଦୀପ ବନ୍ଦର ପକ୍ଷରୁ ସ୍ୱଚ୍ଛତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ

ହରିତ ଯୋଗ ର ଅଂଶ ଭାବେ ପାରାଦୀପ ବନ୍ଦର ପକ୍ଷରୁ ସ୍ୱଚ୍ଛତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ

0
WhatsApp Image 2025-06-20 at 7.23.46 PM

ପାରାଦୀପ – ଆନ୍ତର୍ଯ୍ୟାତିୟ ଯୋଗ ଦିବସ ର ‘ହରିତ ଯୋଗ’ ଅଂଶ ଅନ୍ତର୍ଗତ ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ମାଉସୀ ମା ମନ୍ଦିର ନିକଟସ୍ଥ ଯୋର ପାର୍ଶ୍ୱରେ ଏକ ସ୍ୱଛତା କାର୍ଯ୍ୟକ୍ରମ ଏବଂ ଗୋଲଡେନ ଜୁବିଲି ପାର୍କ ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଆୟୋଜିତ ହୋଇଯାଇଛି l ମାଉସୀ ମା ମନ୍ଦିର ନିକଟସ୍ଥ ଯୋର ପାର୍ଶ୍ୱ କୁ ଅଧିକ ମନୋରମ,ଆକର୍ଷଣୀୟ ଏବଂ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ପାଇଁ ସେଠାରେ ଗଦା ହୋଇଥିବା ଅଳିଆ ଓ ଆବର୍ଜନା କୁ ସଫା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ସମେତ ବନ୍ଦର କର୍ମଚାରୀ, ସ୍ଥାନୀୟ ସ୍ବେଛାସେବୀ ପ୍ରମୁଖ ଏହି ସ୍ୱଛତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ l ସେହିପରି ପାରାଦୀପ ବନ୍ଦରର ସାମାଜିକ ଅନୁଷ୍ଠାନ ପାରାଦୀପ ସାକ୍ଷରତା ସମିତି ଏବଂ ଆର୍ଟ ଅଫ ଲିଭିଙ୍ଗ ମିଳିତ ସହଯୋଗରେ ସ୍ଥାନୀୟ ଅଫିସର୍ସ କ୍ଲବ ଠାରେ ସ୍କୁଲ ଛାତ୍ରଛାତ୍ରୀ ଙ୍କ ପାଇଁ ଏକ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସୂଚନାଥାଉକି, ଜୁନ ୨୧ ତାରିଖ ଶନିବାର ଦିନ ଆନ୍ତର୍ଯ୍ୟାତିୟ ଯୋଗ ଦିବସ ଉପଲକ୍ଷେ ପାରାଦୀପ ବନ୍ଦର ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିଅମ ଠାରେ ଏକ ବୃହତ ଯୋଗ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ଅଂଶଗ୍ରହଣ କରିବା ନେଇ ବନ୍ଦର ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *