July 5, 2025
Home » ହରିହର ଯୋର ଖଣ୍ଡିରୁ ଯୁବକଙ୍କ ମୃତ ଦେହ ଉଦ୍ଧାର,ହତ୍ୟା ଅଭିଯୋଗ କଲେ ପରିବାର ଲୋକେ l

ହରିହର ଯୋର ଖଣ୍ଡିରୁ ଯୁବକଙ୍କ ମୃତ ଦେହ ଉଦ୍ଧାର,ହତ୍ୟା ଅଭିଯୋଗ କଲେ ପରିବାର ଲୋକେ l

0
WhatsApp Image 2024-10-23 at 12.20.14 PM

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କାଦୋଦର ପଞ୍ଚାୟତ ର ବମରାଜ ନିକଟସ୍ଥ ହରିହର ଯୋର ଖଣ୍ଡିରେ ଥିବା ଭରତା ଆଟ ନିକଟରୁ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ମୃତ ଦେହ ମଙ୍ଗଳବାର ଅପରାହ୍ନ ରେ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତ ର ଘଣ୍ଟପାଲି ଗ୍ରାମର ବେଲାରସେନ ଘୁଷୁରୀ ଙ୍କ ମଝିଆ ପୁଅ ଶେଷଦେବ ଘୁଷୁରୀ(୨୭)ବୋଲି ଜଣା ପଡିଛି। ସେ ଗତ ରବିବାର ଠାରୁ ନିଖୋଜ ଥିଲେ। ଆଜି ବମରାଜ ନିକଟସ୍ଥ ହରିହର ଯୋର ଖଣ୍ଡି ର ଭରତା ଆଟ ରୁ ଯୁବକଙ୍କ କ୍ଷତ ବିକ୍ଷତ ମୃତ ଦେହ ଦେଖିବାକୁ ମିଳିଥିଲା। ପୋଲିସ ମୃତ ଦେହ ଜବତ କରିଛି।ଏନେଇ ବୀରମହାରାଜପୁର ଥାନା ରେ ଏକ ଅପମୃତ୍ୟୁ ମାମଲା( କେସ ନଂ ୨୭/୨୪)ରୁଜୁ ହୋଇ ଅଧିକ ତଦନ୍ତ ହେଉଥିବା ଥାନା ଅଧିକାରୀ ଶୋଭାକର ସେଠ୍ ପ୍ରକାଶ କରିଛନ୍ତି। ଯୁବକ ଜଣକ ରବିବାର ସନ୍ଧ୍ୟାରୁ ତାଙ୍କ ର ବାଇକ ରେ ଘରୁ ଏକୁଟିଆ ଯାଇଥିଲେ। ତାଙ୍କ ବାଇକ ଟି ବାରଝୁଲା ନିକଟସ୍ଥ ହରିହର ଯୋର ଖଣ୍ଡି ରେ ରଖି ଯୋର ର ଅପର ପାର୍ଶ୍ଵ କୁ ଯାଇଥିଲେ। ତେବେ ପାରିପାର୍ଶିକ ପରିସ୍ଥିତି ରୁ ସେଠାରେ ଜନ୍ତୁ ଶିକାର ପାଇଁ ଲଗାଯାଇଥିବା ବିଦ୍ୟୁତ ତାର ରେ ଲାଗି ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମାତ୍ର ଯୁବକ ଜଣକ ସେହି ନିଛାଟିଆ ଜଙ୍ଗଲ ଅଞ୍ଚଳକୁ କାହିଁକି ଯାଇଥିଲେ ତାହା ସନ୍ଦେହ କୁ ବଢ଼ାଇଦେଇଛି। ମୃତ୍ୟୁର ସଠିକ କାରଣ ଜଣା ପଡି ନ ଥିଲେ ମଧ୍ୟ ଏହା ଏକ ହତ୍ୟା କାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରୁଛନ୍ତି। ତେବେ ପ୍ରେମ ବ୍ୟାପାରକୁ ନେଇ ହତ୍ୟା କାଣ୍ଡ ହୋଇଥାଇ ପାରେ ବୋଲି ଅଞ୍ଚଳର ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି। ତେବେ ଯୁବକ ଜଣକ ଅନେକ ସମୟ ହରିହର ଯୋର ର ବାରଝୁଲା ପାର୍ଶ୍ଵ ରେ ଗାଡି ରଖି ଅପର ପାର୍ଶ୍ଵ କୁ ଏକୁଟିଆ ଯାଆନ୍ତି ବୋଲି ଶୁଣିବାକୁ ମିଳିଛି।

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *