October 16, 2024
Home » ହରିୟାଣା ବିଜୟ ପରେ ଧର୍ମେନ୍ଦ୍ରଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପୁରସ୍କାର ଦେବ କି ବିଜେପି?

ହରିୟାଣା ବିଜୟ ପରେ ଧର୍ମେନ୍ଦ୍ରଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପୁରସ୍କାର ଦେବ କି ବିଜେପି?

0

ନୂଆଦିଲ୍ଲୀ:ଧର୍ମେନ୍ଦ୍ରଙ୍କ ରଣନୀତି ଆଗରେ ଆଣ୍ଠେଇଲା କଂଗ୍ରେସର ସବୁ ପ୍ଲାନ୍ । ହରିୟାଣାରେ ବିଜେପି ମାରିଛି ବିଜୟର ହ୍ୟାଟ୍ରିକ୍ । ଏକଜିଟ୍ ପୋଲର ସବୁ ଆକଳନକୁ ଭୁଲ ପ୍ରମାଣିତ କରି ଲଗାତର ତୃତୀୟ ଥର ପାଇଁ ହରିୟାଣାରେ ସରକାର ଗଠନ କରିବାକୁ ଯାଉଛି ବିଜେପି । ବିଜେପିର ଏହି ବିଜୟର ଶ୍ରେୟ କିଛି ମାତ୍ରାରେ ଯାଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ। ମୋଦିଙ୍କ ଏହି ବିଶ୍ବାସୀ ସେନାପତି ପୁଣି ହରିୟାଣା ନିର୍ବାଚନ ପରିଚାଳନାରେ ନିଜ ଦକ୍ଷତା ପ୍ରମାଣ କରିଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ କୁହାଯାଉଛି । ଏହାପରେ ଧର୍ମେନ୍ଦ୍ରଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପୁରସ୍କାର ଦେବ କି ବିଜେପି?

ସାଂଗଠନିକ ଦକ୍ଷତା ସାଙ୍ଗକୁ ଧର୍ମେନ୍ଦ୍ରଙ୍କ କ୍ରାଇସିସ ମ୍ୟାନେଜମେଣ୍ଟ ଅନେକ ସମୟରେ ବିଜେପିକୁ ସୁଦୃଢ କରିବାରେ ବଡ ଭୂମିକା ନେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟତମ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ଅନେକ ଥର ଚର୍ଚ୍ଚାରେ ରହିଛି । ଏବେ ହରିୟାଣାରେ ଅପ୍ରତ୍ୟାଶିତ ବିଜୟ ପରେ ଧର୍ମେନ୍ଦ୍ରଙ୍କୁ ବିଜେପିର ଟପ ପୋଷ୍ଟ ପୁରସ୍କାର ଦେବେ କି ମୋଦି?
ହରିୟାଣା ଛୋଟ ରାଜ୍ୟ ହେଲେ ବି ସାଧାରଣ ନିର୍ବାଚନ ପରେ ଏଠାରେ ହେଉଥିବା ନିର୍ବାଚନର ଗୁରୁତ୍ବ ଯଥେଷ୍ଟ ଅଧିକ ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଜନାଧାରର ଥିଲା ଏସିଡ୍ ଟେଷ୍ଟ । ଦୁଇ ଦୁଇ ଥର ରାଜ୍ୟରେ ଶାସନ କରିଥିବା ବିଜେପି ପ୍ରତି କେଉଁଠି ନା କେଉଁଠି ରହିଥିଲା ଶାସନ ବିରୋଧୀ ହାଓ୍ବା। ତେବେ ବିଜେପି ଆଡୁ ନିର୍ବାଚନ ପରିଚାଳନାର ମଙ୍ଗ ଧରିଥିଲେ ଧର୍ମେନ୍ଦ୍ର। ଶାସନ ବିରୋଧୀ ହାଓ୍ବାକୁ ଦୃଷ୍ଟିରେ ରଖି ବହୁ ବରିଷ୍ଠ ନେତାଙ୍କ ଟିକେଟ୍ କାଟିଥିଲା ବିଜେପି । କିଛି ନେତା ତ ଅସନ୍ତୁଷ୍ଟ ହୋଇ ଦଳ ବି ଛାଡିଥିଲେ । ଏହା ବିଜେପିକୁ ଦୁର୍ବଳ କରିବ ବୋଲି ବହୁ ରାଜନୈତିକ ବିଶେଷଜ୍ଞ ବି ଆକଳନ କଲେ । ହେଲେ ରଣନୀତିରେ ଦୃଢ ଥିଲେ ଧର୍ମେନ୍ଦ୍ର । ବିରୋଧୀଙ୍କ ଚକ୍ରବ୍ୟୂହ ଭାଙ୍ଗିବାକୁ ଚଳାଇଥିଲେ ବ୍ରହ୍ମାସ୍ତ୍ର । ଆଉ ଧର୍ମେନ୍ଦ୍ରଙ୍କ ଏଭଳି ପରିଚାଳନା ଶେଷରେ ବିଜେପି ପାଇଁ ସରପ୍ରାଇଜ୍ ବିଜୟ ଆଣିଦେଇଛି । ୨୦୧୯ ହରିୟାଣା ବିଜୟ ପଛରେ ବି ରହିଥିଲା ଧର୍ମେନ୍ଦ୍ରଙ୍କ ମ୍ୟାନେଜମେଣ୍ଟ ।

ଓଡିଶା ବି କରିଥିଲେ କମାଲ୍

by TaboolaSponsored Links
You May Like
Bali Villas May Cost Less Than You Think
Bali Villas | Search Ads
Austria Vacation Packages Are Selling Fast In 2024
Austria Vacation Packages – Search Ads
ଓଡିଶା ବିଧାନସଭା ନିର୍ବାଚନରେ ବିଜେପିର ବାଜିମାତ୍ ପଛରେ ବି ଧର୍ମେନ୍ଦ୍ରଙ୍କ ହାତ ରହିଥିବା କୁହାଯାଏ । ରାଜ୍ୟ ବିଜେପି ପ୍ରଚାରର ପ୍ରମୁଖ ଚେହେରା ଥିଲେ ଧର୍ମେନ୍ଦ୍ର । ନିଜେ ହାଇପ୍ରୋଫାଇଲ୍ ସମ୍ବଲପୁର ଆସନରୁ ବି ବଡ ଚ୍ୟାଲେଞ୍ଜର ସାମନା କରୁଥିଲେ । ଓଡିଶାରେ ବିଜେପି ନିର୍ବାଚନ ପ୍ରଚାରର ଫୋକସ୍ ଓଡିଆ ଅସ୍ମିତା ଓ ରତ୍ନଭଣ୍ଡାର ଚାବି ଉପରେ ରହିଥିଲା । ଆଉ ଏଭଳି ଭାବେ ଜନତାଙ୍କ ପାଖରେ ଏହି ଦୁଇ ସମ୍ବେଦନଶୀଳ ପ୍ରସଙ୍ଗକୁ ଉଠାଗଲା ଯେ, ୨୪ବର୍ଷ ଧରି କ୍ଷମତାରେ ରହିଥିବା ବିଜେଡି ବିରୋଧରେ ଭୋଟ୍ କଲେ ଜନତା। ଏଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର କମାଲ ଦେଖାଇଥିଲା ।

ଏବିଭିପିରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନିଜର ସ୍ବତନ୍ତ୍ର ସାଂଗଠନିକ ଦକ୍ଷତା ପାଇଁ ଜଣାଶୁଣା ଧର୍ମେନ୍ଦ୍ର ପ୍ରଧାନ ମୋଦିଙ୍କ ଉଜ୍ଜ୍ବଳା ମ୍ୟାନ୍ ଭାବେ ବେଶ୍ ଜଣାଶୁଣା। ସାଧାରଣ ନିର୍ବାଚନ ପରେ ନିଟ୍ ପେପର ଲିକ୍ ବିବାଦକୁ ମ୍ୟାନେଜ୍ କରିଥିଲେ ଧର୍ମେନ୍ଦ୍ର । ୧୯୮୩ରେ ଏବିଭିପିରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଧର୍ମେନ୍ଦ୍ର ୨୦୦୦ମସିହାରେ ପାଲଲହଡାରୁ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୪ରେ ସେ ତାଙ୍କ ବାପା ଦେବେନ୍ଦ୍ର ପ୍ରଧାନଙ୍କ ସିଟ୍ ଦେବଗଡରୁ ଲୋକସଭାକୁ ଯାଇଥିଲେ । ୨୦୦୯ରେ ସେ ନିର୍ବାଚନ ହାରି ଯାଇଥିଲେ ବି ୨୦୧୦ରେ ତାଙ୍କୁ ବିଜେପି ସାଧାରଣ ସଂପାଦକ ନିଯୁକ୍ତ କରାଯାଇଥିଲା । ୨୦୧୨ରେ ସେ ବିହାରରୁ ରାଜ୍ୟସଭାକୁ ଯାଇଥିଲେ । ୨୦୨୪ରେ ବିଜେଡିର ହେଭିଓ୍ବେଟ୍ ପ୍ରଣବ ପ୍ରକାଶ ଦାସଙ୍କୁ ୧ଲକ୍ଷରୁ ଅଧିକ ଭୋଟରେ ହରାଇ ସମ୍ବଲପୁରରୁ ଜିତିଥିଲେ ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *