July 1, 2025
Home » ହସ୍ତଶିଳ୍ପ ର ଅଦିତୀୟ ପ୍ରଦର୍ଶନୀ କେନ୍ଦ୍ର ର ଉଦ୍ଘାଟିତ

ହସ୍ତଶିଳ୍ପ ର ଅଦିତୀୟ ପ୍ରଦର୍ଶନୀ କେନ୍ଦ୍ର ର ଉଦ୍ଘାଟିତ

0
bra-slipa

କମାପଲ୍ଲୀ ସ୍ଥିତ ବୈଶ୍ନୋ ଟାୱାର ରେ Crafters Paradise ହସ୍ତଶିଳ୍ପ ର ଅଦିତୀୟ ପ୍ରଦର୍ଶଣୀୟ କେନ୍ଦ୍ର ର ଉଦ୍ଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ କାନାରା ବ୍ୟାଙ୍କର ସହାୟକ ମୁଖ୍ୟ ପ୍ରବନ୍ଧକ ଶେଖ୍ ମେହେବୁବ୍ ସମ୍ମାନିତ ଅତିଥି ଭାବରେ କବିରାଜସାହୁ ସଭାପତି ତୈଳିକ ବୈଶ୍ୟ ସାଧବ ସମାଜ ବ୍ରହ୍ମପୁର, କମାପଲ୍ଲୀ କାନାରା ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ରାଜେନ୍ଦ୍ର କୁମାର ଜେନା, ଇଞ୍ଜିନିୟରିଂ ସ୍କୁଲ ରୋଡ କାନାରା ବ୍ୟାଙ୍କ ର ପ୍ରବନ୍ଧକ ଦୁଶ୍ଚନ୍ତ କୁମାର ସାହୁ ଏବଂ କାନାରା ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟର ପରିସର ପ୍ରବନ୍ଧକ ବି.ଭରତ, ଭୁବନେଶ୍ୱର ଅରୂପା NGO ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ସାହୁ, ସମାଜ ସେବୀ ଅଜିତ କୁମାର ରଥ, Crafters Paradise ର ପ୍ରତିଷ୍ଠାତା ଅନୁପମା ସାହୁ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଉକ୍ତ ପ୍ରଦର୍ଶଣୀୟ କେନ୍ଦ୍ରରେ କଳାହାଣ୍ଡି ଜିଲ୍ଲାର କାଠ କାମ, ନୟାଗଡ, ରାୟଗଡ଼ା, କନ୍ଧମାଳ, ଢେଙ୍କାନାଳ, କଟକ, ମୟୁରଭଞ୍ଜ, ଗଞ୍ଜାମ, ଜିଲ୍ଲାର ଢୋକ୍ରା କାମ, କଟକ ଏବଂ ପୁରୀ ଜିଲ୍ଲାର ପଟ୍ଟଚିତ୍ର, ତାଳପତ୍ର ଖୋଦେଇ କାମ ପୁରୀ ଏବଂ ଗଞ୍ଜାମ ଜିଲ୍ଲାର ନଡ଼ିଆ କତା ଶିଳ୍ପ, କୋରାପୁଟ ଜିଲ୍ଲାର ଟେରାକୋଟା, ଗଞ୍ଜାମ ର ବିଶ୍ଵ ପ୍ରସିଦ୍ଧ ବେଲଗୁଣ୍ଠା ପିତଳ ମାଛ, କଟକ ଏବଂ ପୁରୀ ଜିଲ୍ଲାର ସମ୍ପୂର୍ଣ୍ଣ ଲିମ୍ବ କାଠରେ ପ୍ରସ୍ତୁତ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ମୂର୍ତ୍ତି, କନ୍ଧମାଳ ଜିଲ୍ଲାର ହଳଦୀ, ପାଳୁଅ, ଫୁଲ ଝାଡୁ, ମୟୂରଭଞ୍ଜ ଜିଲ୍ଲାର ବିଶୁଦ୍ଧ ଜଙ୍ଗଲି ମହୁ, ପିପିଲିର ଚାନ୍ଦୁଆ କାମ, ଭଦ୍ରକର ଧାନରେ ତିଆରି ମୂର୍ତ୍ତି, ପାରଳାଖେମୁଣ୍ଡି ଏବଂ କଟକ ର ସିଙ୍ଗ କାମ ଆଦି ଅତି ସୁଲଭ ମୂଲ୍ୟରେ ପାଇକାରୀ ଏବଂ ଖୁଚୁରା ମୂଲ୍ୟରେ ମିଳିପାରିବ 0୫/0୬/୨୫– 0୭/0୬/୨୫ ଆଜି ଠାରୁ ତିନିଦିନ ପର୍ଯ୍ୟନ୍ତ ଲାଞ୍ଜିପଲ୍ଲୀ ଠାକୁରାଣୀ ଯାତ୍ରା ଉପଲକ୍ଷେ ଗ୍ରାହକ ଦିବସ ପାଳନ କରାଯାଉଛି। ଏଥିପାଇଁ ସମସ୍ତ ହସ୍ତଶିଳ୍ପ ସାମଗ୍ରୀ ଉପରେ ୫% ରୁ ୨୫% ପର୍ଯ୍ୟନ୍ତ ରିହାତୀ ଦିଆଯାଇଛି । ଏଥିପାଇଁ ସମସ୍ତ ବ୍ରହ୍ମପୁର ବାସୀଙ୍କୁ ଆମ ପ୍ରଦର୍ଶଣୀୟ କେନ୍ଦ୍ର ତରଫରୁ ସୁଯୋଗ ନେବାପାଇଁ ଅନୁରୋଧ କରାଯାଉଛି

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *