November 21, 2024
Home » ହାଇସ୍କୁଲର ୫ଟି କାମରେ ଦୁର୍ନୀତି ର ଗନ୍ଧ,ଛାତରୁ ଗଳୁଛି ପାଣି, ବିଧାୟକଙ୍କ ନିର୍ଦ୍ଦେଶ କୁ ବେଖାତିର

ହାଇସ୍କୁଲର ୫ଟି କାମରେ ଦୁର୍ନୀତି ର ଗନ୍ଧ,ଛାତରୁ ଗଳୁଛି ପାଣି, ବିଧାୟକଙ୍କ ନିର୍ଦ୍ଦେଶ କୁ ବେଖାତିର

0

l

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ବାବୁପାଲି ପଞ୍ଚାୟତ ଅନ୍ତର୍ଗତ ବାବୁପାଲି ଆଞ୍ଚଳିକ ହାଇସ୍କୁଲ ର ୫ଟି କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ପୁରୁଣା ଭଙ୍ଗା ଆଜବେଷ୍ଟସ ଛାତ ଥିବା ସ୍କୁଲ କୋଠାରେ ସିଲିଂ କରାଯାଇଥିବା ଯୋଗୁଁ ବର୍ତ୍ତମାନ ବର୍ଷା ରେ କୋଠା ଗୁଡ଼ିକରେ ପାଣି ଗଳୁଛି। କାମ ଆରମ୍ଭ ହେବାର ଛଅ ମାସ ରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ କାମ ଅସମ୍ପୂର୍ଣ୍ଣ ଅବସ୍ଥାରେ ପକାଇ ଦିଆଯାଇଥିବାରୁ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ରେ ବ୍ୟାଘାତ ହେଉଥିବା ଶିକ୍ଷକ, ପରିଚାଳନା କମିଟି ତଥା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି।

 

ଏଠାରେ ସୂଚନାଯୋଗ୍ୟ ଯେ ଗତ ଜୁନ ୨୫ ତାରିଖ ଦିନ ବିନିକା ବ୍ଳକ କାର୍ଯ୍ୟାଳୟ ଠାରେ ଚାଲିଥିବା ବିଧାୟକଙ୍କ ସମୀକ୍ଷା ବୈଠକରେ ବାବୁପାଲି ହାଇସ୍କୁଲ ର ସମସ୍ୟା ବିଷୟରେ ଅଭିଯୋଗ ହୋଇଥିଲା। ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ଉକ୍ତ ସମୀକ୍ଷା ବୈଠକ ସାରି ବାବୁପାଲି ହାଇସ୍କୁଲ ପରିଦର୍ଶନ ପାଇଁ ଆସିଥିଲେ ଏବଂ ତାଙ୍କ ସହ ଆସିଥିବା ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ଅଶ୍ଵିନୀ କୁମାର ମେହେର, ବ୍ଳକ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଙ୍କୁ ତୁରନ୍ତ ଅସମ୍ପୂର୍ଣ୍ଣ କାମକୁ ସମ୍ପୁର୍ଣ୍ଣ କରି ବିଦ୍ୟାଳୟର ଭିତ୍ତିଭୂମି ସଜାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l କିନ୍ତୁ ନିର୍ଦ୍ଦେଶ ଦେବାର ଏକ ମାସରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ କାମ କରାଯାଉନଥିବାରୁ ବିଧାୟକଙ୍କ ନିର୍ଦ୍ଦେଶ କୁ ପ୍ରଶାସନ ବେଖାତିର କରୁଥିବା ଅଭିଯୋଗ ହେଉଛି l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *