ହାଇୱା ଧକ୍କାରେ ସାଇକେଲ ଆରୋହୀ ର ମୃତ୍ୟୁl

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା କଲେଜ ନିକଟରେ ହାଇୱା ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି l ବୃଦ୍ଧ ଜଣକ ସିଙ୍ଗିଯୁବା ଗ୍ରାମର ଟଙ୍କଧର ସାହୁ(୫୫) ବୋଲି ଜଣାପଡିଛି l ଘଟଣାରୁ ପ୍ରକାଶ ଯେ , ଟଙ୍କଧର ସାହୁ ଏକ ସାଇକଲ ଯୋଗେ ରାମପୁର ପଟରୁ ଆସୁଥିବା ସମୟରେ ପଛପଟୁ ଆସୁଥିବା (OD-15-Z-4581 ନମ୍ବର )ହାଇୱା ଧକ୍କା ଦେଇଥିଲା l ଫଳରେ ସେ ଛିଟିକି ପଡ଼ିଥିଲେ l ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ ହେଲେ ଚିକିତ୍ସାଧିନ ଅବସ୍ଥାରେ ଟଙ୍କଧର ର ମୃତ୍ୟୁ ଘଟିଥିଲା । ଘଟଣା ସ୍ଥଳକୁ ପୁଲିସ ପହଞ୍ଚି ହଇୱା ଗାଡ଼ିକୁ ଜବତ କରିବା ସହ ଡ଼୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଟଙ୍କଧର ର ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର