July 1, 2025
Home » ହାଡ଼ିପାଳି ହାଇ ସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ.

ହାଡ଼ିପାଳି ହାଇ ସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ.

0
WhatsApp Image 2025-01-04 at 9.49.13 PM

ଛାତ୍ର,ଛାତ୍ରୀ ବଡ଼ ମଣିଷ ହେବା ଅପେକ୍ଷା ଭଲ ମଣିଷ ହେବାକୁ ଆହ୍ବାନ‌
କୁଚିଣ୍ଡା ୪/୨ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ର ହାଡ଼ି ପାଲି ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆଜି ସମାରୋହ ର ସହ ଉଦଘାଟିତ ହୋଇ ଯାଇଛି । ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟି ର ସଭାପତି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦନ ସିଂ ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ପ୍ରଥମ ଅଧିବେସନ ରେ କୁଚିଣ୍ଡା ବ୍ଲକ୍ ଅଧ୍ୟକ୍ଷ ଭୁବନେଶ୍ୱର କିସାନ ମୁଖ୍ୟ ଅତିଥି,ଅବସର ପ୍ରାପ୍ତ ଅଧ୍ୟକ୍ଷ ଓ କବି ସୁବାସ ଚନ୍ଦ୍ର ନାୟକ ଏଵଂ ସମ୍ବଲପୁରୀ ଗୀତିକାର ମକର ଧ୍ଵଜ ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ଅତିଥି ଗଣ ତାଙ୍କ ଭାଷଣରେ ଛାତ୍ର,ଛାତ୍ରୀ ମାନେ ବଡ଼ ମଣିଷ ହେବା ଅପେକ୍ଷା ଭଲ ମଣିଷ ହେବାକୁ ଯତ୍ନବାନ ହେବାକୁ ଆହ୍ବାନ ଦେଇଥିଲେ ।ଏହି ଅଧିବେଶନରେ ସ୍କୁଲ ପ୍ରତିଷ୍ଠା ରୁ ଅଦ୍ୟାବଧି ଶିକ୍ଷକତା କରି ଆସିଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ ପୁରାତନ ଓ ବର୍ତ୍ତମାନ ର ଛାତ୍ର,ଛାତ୍ରୀ ଗଣ କରିଥିବା ଗୁରୁ ପୂଜନ କାର୍ଯ୍ୟକ୍ରମ ବେଶ୍ ମାନ ମୁଗ୍ଧକର ଥିଲା ।ପୁରାତନ ଛାତ୍ରୀ ଶ୍ରୀମତୀ ସୌଦାମିନୀ ପଟେଲ ଙ୍କ ଚାରିଗୋଟି ପୁସ୍ତକ କୁ ଲୋକାର୍ପଣ କରା ଯାଇ ଥିଲା । ପ୍ରଧାନ ଶିକ୍ଷୟିତ୍ରୀ କରୁଣା ମୟି ଧନ ୱାର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପୁରାତନ ଛାତ୍ର ଦେବାନନ୍ଦ କର୍ଶେଲ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।ଦ୍ଵିତୀୟ ଅଧିବେଶନ ରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, ପ୍ରାଧ୍ୟାପକ ସୁପ୍ରକାସ ଚୌଧୁରୀ ମୁଖ୍ୟ ବକ୍ତା ,ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ , ରେଙ୍ଗଲିର ଜିଲ୍ଲା ପରିଷଦ ସଭ୍ୟା ଚୋଲେଶ୍ୱରି ମହାନନ୍ଦ, କୁଚିଣ୍ଡା ଯୋନ ଜିଲ୍ଲାପରିଷଦ ସଭ୍ୟ ଅଜିତ କୁମାର ମହାପାତ୍ର,ସରପଞ୍ଚ ମନ୍ଦାକିନୀ ନାଏକ ଓ ସମିତି ସଭ୍ୟ ରସ୍ମିନ ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଉତ୍ସବରେ ସ୍କୁଲ ର ଉନ୍ନତି କାମନା କରିଥିଲେ । ଶେଷରେ ସହକାରୀ ଶିକ୍ଷକ ଗୋପାଳ ନାଥ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି ଅବସରରେ ବର୍ତ୍ତମାନ ର ଛାତ୍ର ,ଛାତ୍ରୀ ଓ ପୁରାତନ ଛାତ୍ରୀ ଗଣ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ ।

Leave a Reply

Your email address will not be published. Required fields are marked *