ହାଡିପାଲି ସୁବର୍ଣ୍ଣ ଜୟନ୍ତୀ ଉଦଯାପନୀ ଉତ୍ସବ, ସମସ୍ତଙ୍କୁହଗୃହ ଓ ବିକଶିତ ଗାଁ ର ପ୍ରତିଶୃତି ଦେଲେ ମନ୍ତ୍ରୀ, ରବିନାରାୟଣ ନାୟକ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ହାଡିପାଲି ଠାରେ ରହିଥିବା ଗ୍ରାମପଞ୍ଚାୟତ ସରକାରୀ ହାଇସ୍କୁଲ ୫୦ତମ ବାର୍ଷିକ ଉତ୍ସବ ଆଜି ରବିବାର ଅପରାହ୍ନ ରେ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଅଭ୍ୟର୍ଥନା କମିଟି ର ସଭାପତି ପୂର୍ବତନ ଶିକ୍ଷକ ଚନ୍ଦନ ସିଂ ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ଦେବାନନ୍ଦ ମ଼ହାକୁଳ ଙ୍କ ପରିଚାଳନା ରେ ଆୟୋଜିତ ଉଦଯାପନୀ ସଭାରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ପାନୀୟ ଜଳ ବିଭାଗ ମନ୍ତ୍ରୀ ବିଦ୍ୟାଳୟ ର ପୁରାତନ ଛାତ୍ର ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷକ ମାନଙ୍କ ଛାଟ ଉଠି ଯାଇଥିବାରୁ ପାଠ ହେଉନାହିଁ। ତାହା ଥିବା ଦ୍ୱାରା ଛାତ୍ର ଛାତ୍ରୀ ମାନେ ଶୃଙ୍ଖଳିତ ରହୁଥିଲେ।ମଁ ଏହି ବିଦ୍ୟାଳୟ ଛାତ୍ରଵାସ ରେ ପାଠ ପଢିଛି। ଆଗାମୀ ଦିନରେ ୫୦ ଲକ୍ଷ ଅନୁଦାନ ରେ ଏକ ହଷ୍ଟେଲ ନିର୍ମାଣ ପ୍ରତିଶୃତି ଦେଇଥିଲେ।ଏହି ସଭାରେ ଓଡିଶା ସରକାର ମୋ ବିଭାଗ ପଞ୍ଚାୟତି ରାଜ ପକ୍ଷରୁ ଏପରି ଏକ ଯୋଜନା ଆଣୁଛୁ ଯେ ଆଗାମୀ ଦିନରେ ରାଜ୍ୟର ସମସ୍ତ ଯୋଗ୍ୟ ଅଧିକାରୀ ପ୍ରଧାନମନ୍ତ୍ରୀ ଗୃହଯୋଜନା ରେ ସାମିଲ ହୋଇପାରିବେ ଯେଉଁ ମାନେ ଏହି ଯୋଜନାରେ ବାଦ ପଡିବେ ସେମାନେ ଅନ୍ତଦୋୟ ଗୃହ ଯୋଜନା ରେ ସାମିଲ ହେବେ। ଏପରିକି ବିକଶିତ ଗାଁ ଯୋଜନା ମଧ୍ୟ ସରକାର କାର୍ଯ୍ୟକାରୀ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ଜୀବନ ଚୈତନ୍ୟ ମୁକ୍ତାନନ୍ଦ ମହାରାଜ , ସମ୍ମାନୀତ ଅତିଥି ଭାବରେ କୁଚିଣ୍ଡା ଉପଜିଲ୍ଲାପାଳ ଗୈାରବ ମୟ ପ୍ରଧାନ , ବିଡ଼ିଓ ଜୟନ୍ତ ସାହୁ,ଭାଇସ ଚେୟାରମେନ ରଶ୍ମିତା ନାଏକ ପ୍ରମୁଖ ଉପସ୍ଥିତ ରହି ଆଜି ର ଛାତ୍ର କାଲିର ଭବିଷ୍ୟତ। ବିଦ୍ୟାଳୟ ରେ ପାଠ ପଢିଥିବା ପାଠ ଜୀବନ ର ସବୁ ସମୟରେ କାର୍ଯ୍ୟ ରେ ଆସିଥାଏ ବୋଲି କହିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ କରୁଣାମୟୀ ଧନଓ୍ବାର ବିଦ୍ୟାଳୟ ବାର୍ଷିକ ବୀବରଣୀ ଓ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପରେ ଅତିଥି ମାନଙ୍କ ଦ୍ବାରା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।