July 4, 2025
Home » ହାତୀଦାନ୍ତ ଡିଲ୍‌ ପାଇଁ ଯୋଗାଯୋଗରେ ଥିବା ସମୟରେ ବନବିଭାଗ ଦ୍ଵାରା ହାତୀଦାନ୍ତ ଜବତ ଓ ୫ ଗିରଫ ବନବିଭାଗ ଗାଡ଼ି ଉପରେ ଗୁଳିଚାଳନା…

ହାତୀଦାନ୍ତ ଡିଲ୍‌ ପାଇଁ ଯୋଗାଯୋଗରେ ଥିବା ସମୟରେ ବନବିଭାଗ ଦ୍ଵାରା ହାତୀଦାନ୍ତ ଜବତ ଓ ୫ ଗିରଫ ବନବିଭାଗ ଗାଡ଼ି ଉପରେ ଗୁଳିଚାଳନା…

0
WhatsApp Image 2024-12-16 at 2.57.06 PM

ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ନିୟମଗିରି ଅଞ୍ଚଳରେ ହାତୀଦାନ୍ତ ଡିଲ୍‌ ପାଇଁ ଯୋଗାଯୋଗରେ ଥିବା ସମୟରେ ବନବିଭାଗ ଦ୍ଵାରା ହାତୀଦାନ୍ତ ଜବତ ଓ ୫ ଗିରଫ କରାଯାଇଛି । ମିଳିଥିବା ସୂଚନା ମୁତାବକ ଏସ୍‌ଟିଏଫ୍‌ ଏବଂ ମୁନିଗୁଡ଼ା ବନ ବିଭାଗକୁ କୌଣସି ସୂତ୍ରରୁ ସୂଚନା ପାଇବା ପରେ ନିକଟସ୍ଥ ଅଞ୍ଚଳ ବାସିନ୍ଦାଙ୍କୁ ପଚର ଉଚରା ସମୟରେ ହାତୀଦାନ୍ତ କାରବାର ପଛର ମାଫିଆଙ୍କ ଲିପ୍ତ ଥିବା ନେଇ ଜଣାପଡିବା ପରେ ନିୟମଗିରି ଅଞ୍ଚଳର ଗୋଟିଏ ଗାଁ ରେ ଅତର୍କିତ ଭାବେ ଚଢ଼ାଉ ସମୟରେ ଦୁଇ ଟ୍ରୋଲିବେଗ ରେ ହାତୀଦାନ୍ତ ଭୋରି ହୋଇଥିବା ଦେଖିବାକୁ ପାଇଥିଲା ବିଭାଗ । ଏଥିରେ ଯଡ଼ିତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ବନବିଭାଗ।

ହେଲେ ନିଜ ସହଯୋଗୀଙ୍କୁ ମୁକୁଳେଇବା ପାଇ ଅତର୍କିତ ଭାବେ ମାଫିଆମାନେ ଗାଡ଼ି ଉପରେ ଗୁଳି ଚାଲାଣ କରିବା ସମୟରେ ଗାଡ଼ି ମାଡ଼ ହୋଇଥିବା ବେଳେ କହାରକୁ କିଛି ହୋଇନାହିଁ । ଏ ନେଇ ମୁନିଗୁଡ଼ା ଥାନାରେ ବନବିଭାଗ ଏକ ଏତଲା ରୁଜୁ କରିଛି । ମୁନିଗୁଡ଼ା ପୋଲିସ ପାଞ୍ଚ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ବେଳେ ହାତୀ ଦାନ୍ତ କାହାଠୁ,କେଉ ଅଞ୍ଚଳର ତାହା ସ୍ପଷ୍ଟ ହୋଇନାହିଁ ।

Leave a Reply

Your email address will not be published. Required fields are marked *