March 12, 2025
Home » ହାତୀ ଆକ୍ରମଣରେ ଯୁବକ ଗୁରୁତର

ହାତୀ ଆକ୍ରମଣରେ ଯୁବକ ଗୁରୁତର

0

ହାତୀର ଫଟୋ ଉଠାଇବା ହେଲା କାଳ, ହାତୀ ଆକ୍ରମଣରେ ଯୁବକ ଗୁରୁତର । ସୁବର୍ଣ୍ଣପୁର –ହାତୀର ଫଟୋ ଉଠାଉଥିବା ବେଳେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି l ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କେଉଟିପାଳି ବ୍ରିଜ ନିକଟରେ l ଗୁରୁତର ଜଣକ କୁଦପାଳିର ସୁଶିଲ ବାଗ l ସୂଚନା ଅନୁସାରେ ଗତକାଲି କୁଦପାଳିର ସୁଶିଲ ବାଗ ଏକ ବାଇକ୍ ଯୋଗେ ଆଇଁଲାଛାଟ୍ ତ୍କୁ ଆସୁଥିଲେ l ସେହି ସମୟରେ ହାତୀପଲ୍ କେଉଟିପାଲି ବ୍ରିଜ ନିକଟରେ ଥିବାରୁ ଶତାଧିକ ଲୋକ ହାତୀ ପଲ କୁ ଦେଖୁଥିଲେ l ସେଠାରେ ସୁଶୀଲ ଅଟକି ଯାଇ ହାତୀର ଫଟୋ ଉଠାଇବା ପାଇଁ ଚାଲିଯାଇଥିଲେ l ଫଟୋ ଉଠାଉଥିବା ସମୟରେ ହାତୀ ଟି ଆକ୍ରମଣ କରି ଶୁଣ୍ଢରେ ଠେଲି ଦେଇଥିଲା l ଫଳରେ ସେ ଛିଟିକି ପଡ଼ିଥିଲେ l ଘଟଣା ସ୍ଥଳରୁ ତାଂକୁ ଉଦ୍ଧାର କରି ଉଲୁଣ୍ଡା ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ l ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *