October 24, 2025
Home » ହାତୀ ଲାଗି ଗୁଳିକାଣ୍ଡକୁ ୨୫ବର୍ଷ ପୁରିଲା, ବନ୍ୟଜନ୍ତୁ ପ୍ରପୀଡ଼ିତ ସୁରକ୍ଷା ପରିଷଦର ଆଲୋଚନା ଚକ୍ର

ହାତୀ ଲାଗି ଗୁଳିକାଣ୍ଡକୁ ୨୫ବର୍ଷ ପୁରିଲା, ବନ୍ୟଜନ୍ତୁ ପ୍ରପୀଡ଼ିତ ସୁରକ୍ଷା ପରିଷଦର ଆଲୋଚନା ଚକ୍ର

0
WhatsApp Image 2025-09-26 at 6.33.56 PM (1)

 

କେନ୍ଦୁଝର: କେନ୍ଦୁଝରର ବହୁ ଚର୍ଚ୍ଚିତ ୨୦୦୧ ମସିହାର ହାତୀ ଦାଉରୁ ସୁରକ୍ଷା ଲାଗି ଆନ୍ଦୋଳନରେ ସାମିଲ ତଥା ପୋଲିସ ଗୁଳିର ଶିକାର ହୋଇଥିବା ଆନ୍ଦୋଳନକାରୀ ଏବଂ ବୁଦ୍ଧିଜୀବୀଙ୍କୁ ନେଇ ଗଠିତ ବନ୍ୟଜନ୍ତୁ ପ୍ରପୀଡ଼ିତ ସୁରକ୍ଷା ପରିଷଦ ପକ୍ଷରୁ କେନ୍ଦୁଝର ସହରର ରୋଟାରୀ ଭବନ ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ର ବନ୍ୟଜନ୍ତୁ ପ୍ରପୀଡ଼ିତ ସୁରକ୍ଷା ପରିଷଦର ବରିଷ୍ଠ ସଦସ୍ୟ ରାଧାକାନ୍ତ ମହାନ୍ତଙ୍କ ନେତୃତ୍ୱରେ କୁମୁଦିନୀ ସାହୁ, ସଞ୍ଜୟ କୁମାର ପଣ୍ଡା,କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ବନ୍ୟଜନ୍ତୁ ପ୍ରପୀଡ଼ିତଙ୍କ ସୁରକ୍ଷା ପାଇଁ ଏବଂ ଶସ୍ୟର କ୍ଷତିପୂରଣ ବୃଦ୍ଧି ପାଇଁ ଦାବୀ କରିବା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶାର ଦାୟିତ୍ୱ ନେବା ପରେ ହାତୀ ଆକ୍ରମଣରେ ମଣିଷର ମୃତ୍ୟୁ ହେଲେ ପରିବାରକୁ ୬ ଲକ୍ଷ କ୍ଷତିପୂରଣ ବଦଳରେ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବାରୁ ଉପସ୍ଥିତ ସମବେତ ବୁଦ୍ଧିଜୀବୀ ଏବଂ ବନ୍ୟଜନ୍ତୁ ପ୍ରପୀଡ଼ିତ ସୁରକ୍ଷା ପରିଷଦର କର୍ମକର୍ତ୍ତା ମାନେ ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଥିଲେ। ଆଗାମୀ ଦିନରେ ବନ୍ୟଜନ୍ତୁ ପ୍ରପୀଡ଼ିତ ସୁରକ୍ଷା ପାଇଁ ବିଭିନ୍ନ ପ୍ରସ୍ତାବ ମାନ ଦେଇଥିଲେ ଉପସ୍ଥିତ ବୁଦ୍ଧିଜୀବୀ। ବନ୍ୟଜନ୍ତୁ ପ୍ରପୀଡ଼ିତ ସୁରକ୍ଷା ପରିଷଦର ବରିଷ୍ଠ ସଦସ୍ୟ ବେଣୁଧର ମହାନ୍ତ ସଭା ପରିଚାଳନା କରିଥିବାବେଳେ ପରିବେଶବିତ ଭକ୍ତବତ୍ସଳ ମହାନ୍ତି,ଦିଲୀପ କୁମାର ସାହୁ, ଦେବରାଜ ଆଚାର୍ଯ୍ୟ, ସଂଗ୍ରାମ ଦାସ, ବଳଭଦ୍ର ମହାନ୍ତ,ଭୈରବ ମହାନ୍ତ,ସତ୍ୟଜିତ ମିଶ୍ର,ଯଜ୍ଞପ୍ରସାଦ ସାହୁ ପ୍ରମୁଖ ନିଜନିଜର ମତାମତ ଏବଂ ପ୍ରସ୍ତାବ ରଖିଥିଲେ।
କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟି (ଇପିଏ )ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *