February 10, 2026
Home » ହାପି ଇଣ୍ଡିଆ ମୋମେଣ୍ଟ ପକ୍ଷରୁ ରାୟଗଡ଼ାର ୫ ଜଣଙ୍କୁ ମିଳିଲା ଜାତୀୟସ୍ତରୀୟ ନାଗରିକ ପ୍ରତିଭା ସମ୍ମାନ

ହାପି ଇଣ୍ଡିଆ ମୋମେଣ୍ଟ ପକ୍ଷରୁ ରାୟଗଡ଼ାର ୫ ଜଣଙ୍କୁ ମିଳିଲା ଜାତୀୟସ୍ତରୀୟ ନାଗରିକ ପ୍ରତିଭା ସମ୍ମାନ

0
WhatsApp Image 2025-03-25 at 5.50.01 PM (1)

ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ସାଂସକୃତିକ ଅନୁଷ୍ଠାନ ହପି ଇଣ୍ଡିଆ ମୋମେଣ୍ଟ ଆନୁଷ୍ଠାନିକ ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ତତ୍ବାବଧାନରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରତିଭା ସମ୍ମାନ ସମାରୋହ ପୂରୀ ର ସଂସ୍କୃତି ଭବନରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସଭା ସାଂସଦ ସୁଭାସିସ ଖୁଣ୍ଟିଆ, ମୁଖ୍ୟ ଅତୀଥି,ସମ୍ମାନିତ ଅତିଥି ରୂପେ ପ୍ରଫେସର ଦାସ ବେନହୁର, ପଣ୍ତିତ ନୀଳକଣ୍ଠ ରାଉତ ଦାର୍ଶନିକ, ସଶାଧର ପଣ୍ଡା, ରାଜ୍ୟ ମୁଖ୍ୟ ହାପି ମୋମଣ୍ଟ ଇଣ୍ଡିଆ,ସନ୍ତୋଷ ସେଠୀ , ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ, କୁଞ୍ଜ ବିହାରୀ ରାଉତ, ଉପ ସଭାପତି ସାମ୍ବାଦିକ ସଂଘ, ଡକ୍ଟର ବନ୍ଦନା ହରିଚନ୍ଦନ, ଲେଖିକା ଶ୍ରୀମତୀ ଓ ଶ୍ରୀମତୀ ଶୁଭ୍ରା ପଣ୍ଡା ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅତିଥି ସୁଭାସିସ ଖୁଣ୍ଟିଆଙ୍କ ଦ୍ଵାରା ଚିତାକର୍ଷକ ଭାଷଣ ଓ ପରବର୍ତ୍ତୀ ମୁହୂର୍ତ୍ତ ରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇ ଥିଲା ଏଥିରେ ପ୍ରତିଭା ସମ୍ମାନ ୨୦୨୫ ଶ୍ରୀ ପ୍ରଦୀପ ଚନ୍ଦ୍ର ଚୌଧୁରୀ ରାଜ୍ୟ ପ୍ରତିନିଧି, ଓ ବିପିନ ବିହାରୀ ବିଶ୍ବାଳଙ୍କୁ ଦିଆ ଯାଇଥିବା ବେଳେ ଆନ୍ତର୍ଜାତୀୟ ସ୍ତରୀୟ ସ୍ଵର୍ଣ୍ଣ ମହିଳା ଭାବେ ରାୟଗଡ଼ାର କ୍ୟାପଟେନ ରୀତା ରାଣୀ ମିଶ୍ର, ସୁଜାତା ମାଦଳା ଓ ସଂଯୁକ୍ତା ମିଶ୍ର ଙ୍କୁ ପ୍ରଦାନ କରାଯାଇଛି l ଦ୍ୱିତୀୟ ପର୍ଯ୍ୟାୟ ରେ ସାରସ୍ଵତ ମହାକୁଂଭ ବିଷୟରେ ଆଲୋଚନା କରା ଯାଇଥିଲା l କାର୍ଯ୍ୟକ୍ରମ ମଧ୍ୟରେ ଶିଶୁ କଳାକାରଙ୍କ ଦ୍ୱାରା ଚିତା କର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା ।

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *