ହିନ୍ଦ ମଜଦୁର ସଭା ପକ୍ଷରୁ ଭାରତରତ୍ନ ବାଜପେୟୀ ଙ୍କ ୧୦୧ ତମ ଜୟନ୍ତୀ ପାଳିତ
କେନ୍ଦ୍ରୀୟ ଶ୍ରମିକ ସଂଗଠନ ହିନ୍ଦ ମଜଦୁର ସଭା ଦ୍ୱାରା ପୁରୁଣା ବ୍ରହ୍ମପୁର ନିକଟ ଆଦର୍ଶ ଶିଶୁମନ୍ଦିର ରେ ହିନ୍ଦ ମଜଦୁର ସଭା ରାଜ୍ୟ ସମ୍ପାଦକ ସତ୍ୟନାରାୟଣ ତ୍ରିପାଠୀ ଙ୍କ ସଂଯୋଜନାରେ ବିଶିଷ୍ଟ ରାଜନେତା, ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଙ୍କ ୧୦୧ ତମ ଜୟନ୍ତୀ ପାଳନ ହୋଇଯାଇଛି । ଶିକ୍ଷାବିତ ପ୍ରଭାତ ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଓଡିଶା ର ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଅଟଳବିହାରୀ ବାଜପେୟୀ ଏକ ଗରିବ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ନିଜର ଲକ୍ଷ୍ୟପୂରଣ କରିବା ପାଇଁ ନିଷ୍ଠା ର ସହ ନିରନ୍ତର କାମ କରୁଥିଲେ ବୋଲି ବର୍ଣନା କରିଥିବା ବେଳେ ମୁଖ୍ୟ ବକ୍ତା ଶିବଶଙ୍କର ଶତପଥୀ ଯୁଗଜନ୍ମା ପୁରୁଷ ବାଜପେୟୀ ଙ୍କ ଜନ୍ମରୁ ବାଲ୍ୟକାଳ ଓ ଯୁବାବସ୍ଥା ରୁ ଦେହବ ସାନ ପର୍ଯ୍ୟନ୍ତ କିପରି କଟିଥିଲା କହିବାସହ ସମସ୍ତ ଙ୍କୁ ତାଙ୍କରି ଆଦର୍ଶ ରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଟି ଗୋପି, ସମାଜସେବୀ ସନ୍ତୋଷ ମହାନ୍ତି, ପ୍ରଭାତ କିରଣ ଷଢଙ୍ଗୀ, ସିମାଞ୍ଚଳ ସାହୁ, କୋମଳ ପାତ୍ର ବାଜପେୟୀ ଙ୍କ ବିଷୟରେ ଆଲୋଚନା କରିଥିବାବେଳେ ଏମ କାଶୀନାଥ, ଯୁଧିଷ୍ଠିର ସାହୁ, ନରସିଂହ ପଣ୍ଡିତ, ସନ୍ତୋଷ ତ୍ରିପାଠୀ ପରିଚାଳନା କରିଥିଲେ ଶେଷରେ ଶିକ୍ଷୟତ୍ରୀ ବିଜୟଲଷ୍ମୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।
