ହୁ ହୁ ହୋଇ ଜଳିଲା ମାଳ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର ଓ ହେଲପର।
ଧର୍ମଗଡ:ଚିଲିଚିଲା ଛକ ନିକଟ ରାସ୍ତାରେ ହୁ ହୁ ହୋଇ ଜଳିଲା ମାଳ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର ଓ ହେଲପର।
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଚିଲିଚିଲା ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଜୁ ଏକ୍ସପ୍ରେସ ରାସ୍ତା ରେ ଯାଉଥିବା ଏକ ଚଳନ୍ତା ଟ୍ରକ ରେ ହଠାତ ନିଆଁ ଲାଗି ଯାଇଥିଲା । ଧର୍ମଗଡ ଅଗ୍ନିଶମ ବିଭାଗ ଖବର ପାଇ ନିଆଁ କୁ ଆୟତ୍ତ କରିଥିଲେ। ଟ୍ରକ ର ପଛ ଦୁଇଟି ଚକ ରେ କୌଣସି ନିଆଁ ଲାଗିଯାଇଥିଲା । ସୂଚନା ଯେ ଜିଯେ ୦୩ ବିଭି ୯୪୬୩ ନମ୍ବର ବିଶିଷ୍ଟ ଏକ ଟାଇଲସ ବୋଝେଇ ଟ୍ରକ ଗୁଜୁରାଟ ରୁ କୋକସରା ବ୍ଲକ ଲଡ଼ୁଗାଁ କୁ ଯାଉଥିବା ବେଳେ ବୁଧବାର ବିଳମ୍ବିତ ରାତ୍ରିରେ ଚିଲିଚିଲା ଛକ ନିକଟ ବିଜୁ ଏକ୍ସପ୍ରେସ ରାସ୍ତାରେ ଟ୍ରକ ର ଦୁଇଟି ଚକ ରେ ହଠାତ ନିଆଁ ଲାଗି ଯାଇଥିବା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ନିଆଁ କୁ ଆୟତ୍ତ କରିଥିଲେ। ଟ୍ରକ ଡ୍ରାଇଭର ଆକବର ଖାନ ଓ ହେଲପର ଅନୱର ଖାନ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଧର୍ମଗଡ ରୁ ଏ.ବ୍ରହ୍ମାନନ୍ଦ ଆଚାରୀ ଙ୍କ ରିପୋର୍ଟ…