ହୋଟେଲ ଉପରେ ଚଢ଼ିଗଲା ହାଇୱା ,ଏକ ମୃତ

ଚଢ଼ିଗଲା ହାଇୱା ହୋଟେଲ ଉପରେ ।କେନ୍ଦୁଝର ଜିଲ୍ଲା ରୁଗୁଡି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୨୦ନମ୍ବର ଗୁଆଲି ପଞ୍ଚାୟତ ନୂଆଗାଁ ଛକ ନିକଟରେ ଏକ ଦ୍ରୁତଗାମୀ ହାଇୱା ଭାରସାମ୍ୟ ହରାଇ ଏକ ହୋଟେଲ ଭିତରେ ପସିଯାଇଥିଲା ।
ଉକ୍ତ ଟ୍ରକ ହୋଟେଲ ଭିତରେ ପସିଯିବାରୁ ହୋଟେଲ ମାଲିକାଣି ସୁଷମା ରଣା ଙ୍କ ଘଟଣା ସ୍ଥଳରେ ହି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଅଞ୍ଚଳ ରେ ପ୍ରବଳ ଚାପା ଉତ୍ତେଜନା ପାଇଥିଲା । ଉତ୍ୟକ୍ତ ଲୋକେ ବହୁ ସମୟ ପ୍ରଯ୍ୟନ୍ତ ଜାତୀୟ ରାଜପଥ କୁ ଅବରୋଧ କରିବାରୁ ଯାନବାହନ ଚଳାଚଳ ପୁରା ଠପ ହୋଇଯାଇଥିଲା ।
ମୃତକ ଙ୍କ ପରିବାର କୁ କ୍ଷତି ପୂରଣ ସହିତ ବିଭିନ୍ନ ଦାବି ନେଇ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ କୁ ଅବରୋଧ କରିଥିଲେ । ଖବର ପାଇ ରୁଗୁଡ଼ି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକ ଙ୍କୁ ବୁଝାସୁଝା କରି ଘଟଣା ଘଟାଇ ଥିବା ହାଇୱା ଜବତ କରି ରୁଗୁଡ଼ି ଥାନା ରେ ଏନେଇ ଏକ ମାମଲା ରୁଜୁ କରାଯାଇ ମୃତଦେହ କୁ ବ୍ୟବଛେଦ ପାଇଁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଯାଇଥିଲା ।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।