ହୋଲି ଉତ୍ସବ ପୁରୀ ରେ ପାଳନ କରିଛନ୍ତି ଅଭିନେତ୍ରୀ ତଥା ବିଜେପି ସାଂସଦ ହେମାମାଳିନୀ

ହୋଲି ଉତ୍ସବ ପୁରୀ ରେ ପାଳନ କରିଛନ୍ତି ଅଭିନେତ୍ରୀ ତଥା ବିଜେପି ସାଂସଦ ହେମାମାଳିନୀ। ବିଜେପି କର୍ମକର୍ତ୍ତା ଙ୍କ ସହ ହୋଲି କୁ ଆଡମ୍ବର ସହକାରେ ପାଳନ କରିଚନ୍ତି ହେମାମାଳିନୀ। ପୁରୀ ସାଂସଦ ସମ୍ବିତ ପାତ୍ର ଙ୍କ ଘରେ ଏଥି ପାଇଁ ହୋଲି ଉତ୍ସବ ଆୟୋଜନ ହୋଇଥିବା ବିଭିନ୍ନ ରଙ୍ଗ ବେରଙ୍ଗ ଅବିର ରେ ବିଜେପି କର୍ମକର୍ତ୍ତାଙ୍କ ସହ ହୋଲି ଖେଳିଛନ୍ତି ହେମାମାଳିନୀ ଓ ସମ୍ବିତ ପାତ୍ର। ତେବେ ପ୍ରଥମେ ହେମା ମାଳିନୀ ସକାଳୁ ଶ୍ରୀ ମନ୍ଦିର ଯାଇ ମହାପ୍ରଭୁ ଙ୍କୁ ଦର୍ଶନ କରିଥିଲେ। ପୁରୀ ସାଂସଦ ସମ୍ବିତ ପାତ୍ର ଓ ସେବାୟତ ମାନେ ହେମାମାଳିନୀ ଙ୍କୁ ଶ୍ରୀ ମନ୍ଦିର ସିଂହ ଦ୍ୱାର ନିକଟ ରେ ସ୍ବାଗତ କରି ଶ୍ରୀ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ।ମହାପ୍ରଭୁ ଙ୍କୁ ଦର୍ଶନ କରିବା ପରେ ସେ ଶ୍ରୀ ମନ୍ଦିର ବେଢ଼ା ପରିକ୍ରମା କରିବା ସହ ବିଭିନ୍ନ ପାର୍ଶ୍ଵ ଦେବଦେବୀ ଙ୍କୁ ଜାଇ ଦର୍ଶନ କରିଥିଲେ ହେମାମାଳିନୀ। ତେବେ ହୋଲି ଅବସର ରେ ଶ୍ରୀ ମନ୍ଦିର କୁ ହେମାମାଳିନୀ ଆସିଥିବାରୁ ତାଙ୍କୁ ଦେଖିବା ପାଇଁ ଶ୍ରୀ ମନ୍ଦିର ନିକଟ ରେ ଲୋକ ଙ୍କ ବେଶ୍ ଭିଡ଼ ହୋଇଥଲା।
ମଥୁରା ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମମାଳିନୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଜୀ ହେଉଚି ହୋଲି। ହୋଲି ଉତ୍ସବ ଅବସର ରେ ସମସ୍ତ ଙ୍କୁ ମୋର ଶୁଭ କାମନା। ଆଜି ଭଳି ଏକ ପବିତ୍ର ଦିବସ ରେ ମହାପ୍ରଭୁ ଜଗନ୍ନାଥ ଙ୍କ ଦର୍ଶନ ସହ ହୋଲି ଖେଳିବା ନିଶ୍ଚିତ ପକ୍ଷେ ଖୁସିର ବିଷୟ। ମଥୁରା ମୁଁ ପ୍ରତିବର୍ଷ ହୋଲି ପାଳନ କରେ। ଚଳିତ ବର୍ଷ ଜଗନ୍ନାଥ ଧାମ୍ ରେ ହୋଲି ପାଳନ ପାଇଁ ସୁଯୋଗ ମିଳିବା ବେଶ୍ ସୌଭାଗ୍ୟ ର ବିଷୟ। ତେବେ ହୋଲି ରେ ପ୍ରାକୃତିକ ରଙ୍ଗ କୁ ନେଇ ଆମେ ହୋଲି ଖେଳିବା ଉଚିତ୍। ଫୁଲ୍ କୁ ନେଇ ହୋଲି ଖେଳିବା ଉଚିତ୍। ଆଜି ଲୋକ ଙ୍କ ସହ ହୋଲି ଖେଳି ବହୁତ୍ ଖୁସି ଲାଗୁଛି। ଏଭଳି ଭବ୍ୟ ଆୟୋଜନ ନେଇ ପୁରୀ ସାଂସଦ ସମ୍ବିତ ପାତ୍ର ଓ ଅନ୍ୟ ମାନେ ସହଯୋଗ କରିଥିବାରୁ ସମସ୍ତ ଙ୍କୁ ବହୁତ୍ ଧନ୍ୟବାଦ୍।
ପୁରୀ ଏମପୀ ସମ୍ବିତ ପାତ୍ର କହିଛନ୍ତି, ଆଜୀ ପବିତ୍ର ହୋଲି ଉତ୍ସବ ରେ ମଥୁରା ସାଂସଦ ତଥା ବିଶିଷ୍ଟ କଳକାର ବିଜେପି ନେତ୍ରୀ ହେମାମାଳିନୀ ପୁରୀ ରେ ଆମ ସହ ହୋଲି ଖେଳ ରେ ସାମିଲ ହୋଇଥିବାରୁ ତାଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍। ପୁରୀ ବାସି ଙ୍କୁ ସେ ବହୁତ୍ ଶୁଭ କାମନା ଦେଇଛନ୍ତି ସେଥି ପାଇଁ ତାଙ୍କୁ ବହୁତ୍ ଧନ୍ୟବାଦ୍ ମୁଁ ଦେଉଚି। ଆମ ସହିତ ହୋଲି ଖେଳ ରେ ସେ ସାମିଲ ହୋଇଥିବାରୁ ତାଙ୍କୁ ବହୁତ୍ ବହୁତ୍ ଶୁଭେଛା।