ହୋଲି ରଙ୍ଗ ଖେଳ ବାପ ପୁଅଙ୍କ ପାଇଁ ହେଲା କାଳ
filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: HDR ; sceneMode: 2; cct_value: 5225; AI_Scene: (-1, -1); aec_lux: 250.9884; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 38;
ନୟାଗଡ: ନୟାଗଡ ଜିଲ୍ଲାର ୪ ତାରିଖରେ ସବୁଆଡେ ହୋଲିରେ ରଙ୍ଗ ଖେଳ ଜାକଜମକରେ ଚାଲିଥିବାବେଳେ, ନୟାଗଡ ବ୍ଲକ ଦୁର୍ଗାପ୍ରସାଦ ଗ୍ରାମର ଆଲୋକ ଦଳବେହେରା ( ୩୫ ) ପୁଅ ଚନ୍ଦନ ଦଳବେହେରା ( ୪ ) ଙ୍କ ପାଇଁ ରଙ୍ଗ ଖେଳ ହେଲା କାଳ। ଦୁର୍ଗା ପ୍ରସାଦର ଆଲୋକ ତା ପରିବାର ସହ ଇଟାମାଟି ଥାନା ଗୋପାଳପୁରରେ ରହୁଥିଲା । ହୋଲି ଦିନରେ ସମସ୍ତଙ୍କ ପରି ଆଲୋକ ଓ ପୁଅ ଚନ୍ଦନ ମଧ୍ୟ ମଜାରେ ରଙ୍ଗ ଖେଳି ମାଜାନେଲେ । ରଙ୍ଗ ଖେଳି ସାରିବାପରେ ଆଲୋକ ପୁଅ ଚନ୍ଦନକୁ ସାଥିରେନେଇ ଗାଧୋଇବାକୁ ଯାଇ ଆଉ ଫେରିନଥିଲା ! କାହିଁକି ଡେରି ହେଲା ଭାବି ପରିବାର ଓ ସମ୍ପର୍କୀୟ ଲୋକମାନେ ଖୋଜି ଖୋଜି କରି ପାଇଲେ ନାହିଁ । ସମ୍ପର୍କୀୟ ଲୋକମାନେ ଭାବିଲେ ଏହି ଗୋପାଳପୁର ପୋଖରୀ ପାଣିରେ ବୁଡି ଜାଇଛନ୍ତିକି ଭାବି, ଅଗ୍ନିଶମ ବାହିନୀକୁ ଡାକିଲେ ।

ଅଗ୍ନିଶମ ବାହିନୀ ଆସି ଗୋପାଳ ପୁରସ୍ଥ, ପୋଖରୀରୁ ବାପା ଓ ପୁଅକୁ ଲୋକମାନଙ୍କ ସହାୟତାରେ ପାଣି ଭିତରୁ ବାହାରକୁ ବାହାର କରି ନୟାଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ଉଭୟ ବାପ ଆଲୋକ ଓ ପୁଅ ଚନ୍ଦନକୁ ଦେଖି ମୃତ ଘୋଷଣା କରିଥିଲେ । ମୃତ ଘୋଷଣା ପରେ ଡାକ୍ତରଖାନାରେ ମୃତ ବ୍ୟକ୍ତିଙ୍କ ସ୍ତ୍ରୀର କ୍ରନ୍ଦନ ଓ ସମ୍ପର୍କୀୟଙ୍କ କାନ୍ଦ ବୋବାଳିରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।କାଳ କେତେବେଳେ କାହାକୁ ଡାକିନେବ କିଏ ବା ଜାଣିଛି । କମ ବୟସର ବାପ ଓ ପୁଅର ଶବକୁ ଦେଖି ଉପସ୍ଥିତ ଲୋକମାନଙ୍କ ଆଖିର ଲୁହ ବାଧା ମାନୁନଥିବା ଦେଖିବାକୁ ମିଳିଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି ।
ଇ ପିଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
