July 2, 2025
Home » ୟୁନିପୋଷ ସେକେଣ୍ଡାରୀ ସ୍କୁଲ ଅଫ ସାଇନିସି ରେ ଜଗତସିଂହପୁର ଜିଲ୍ଲା ଟପର ଛାତ୍ର

ୟୁନିପୋଷ ସେକେଣ୍ଡାରୀ ସ୍କୁଲ ଅଫ ସାଇନିସି ରେ ଜଗତସିଂହପୁର ଜିଲ୍ଲା ଟପର ଛାତ୍ର

0
WhatsApp Image 2025-05-23 at 10.17.57 AM

ତିର୍ତ୍ତୋଲ ସ୍ତିତ ୟୁନୋପୋସ ହାୟର ସେକେଣ୍ଡାରୀ ସ୍କୁଲ ଅଫ ସାନସ୍ ରୁ ବିଜ୍ଞାନ ବିଭାଗରେ ଶ୍ରୀମାନ ଅଭିଷେକ ଦାସ 566 ନମ୍ବର ରଖି ଜଗତସିଂପୁର ଜିଲ୍ଲାର ଟପର୍ ହୋଇଛନ୍ତି। ସେ ମ୍ୟାଟ୍ରିକ ପରୀକ୍ଷା ରେ 488 ନମ୍ବର ରଖି ଏହି କଲେଜ ରେ ଆଡ଼ମିଶନ ନେଇଥିଲେ । କଲେଜ ର ଉଚ୍ଚକୋଟୀର ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରି 566 ନମ୍ବର ରଖିଥିବାରୁ ତାଙ୍କ ପିତା ମାତା ଶିକ୍ଷକ ଶିକ୍ଷୟତ୍ରୀ ଓ କଲେଜର କତୃପକ୍ଷଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ଅଭିଷେକ ଦାସ ଆଗାମୀ ଭବିଷ୍ୟତରେ ଇଲେକ୍ଟ୍ରିକାଲ ଅଥବା ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ପଢିବାକୁ ଲକ୍ଷ୍ୟ ରଖିଛନ୍ତି।ସେ ଏହି ସଫଳତାର ଶ୍ରେୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପିତା ମାତାଙ୍କୁ ଦେଇଛନ୍ତି। କଲେଜର ପାଠ ପଢା ସହ ଦିନକୁ 5 ରୁ 6 ଘଣ୍ଟା ପରିଶ୍ରମ କରି ଏହି ସଫଳତା ହାସଲ କରିଛନ୍ତି।ତିର୍ତୋଲ ଏହି ସେକେଣ୍ଡାରୀ ବିଜ୍ଞାନ କଲେଜ ବେଶ ଭଲ ରେଜଲ୍ଟ କରି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଠନ କରିବାରେ ସହାୟକ ହେଉଥିବାରୁ ୟୁନିପୋଷ ର ଲୋକ ପ୍ରିୟତା ବଢ଼ିବାରେ ଲାଗିଛି ଚଳିତ ଶିକ୍ଷା ବର୍ଷ 2025-26ନିମନ୍ତେ ବହୁ ଅଭିଭାବକ ସେମାନଙ୍କ ପିଲାମାନଙ୍କୁ ୟୁନିପୋଷ ରେ ଆଡିମିଶନ କରିବାକୁ ଯୋଗାଯୋଗ କରୁଥିବା ୟୁନିପୋଷ କାଯ୍ୟଳୟ ତରଫରୁ ସୂଚନା ମିଳିଛି,

ଶ୍ରୀବତ୍ସ ପାଢ଼ୀଙ୍କ ରିପୋର୍ଟ, ଇପିଏ ନିୟୁଜୁ

Leave a Reply

Your email address will not be published. Required fields are marked *