November 14, 2025
Home » ୟୁ ଏ ଏସ କୁ ପ୍ରତିବାଦ କରି ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ l

ୟୁ ଏ ଏସ କୁ ପ୍ରତିବାଦ କରି ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ l

0
WhatsApp Image 2025-11-14 at 3.46.56 PM

ସୁବର୍ଣ୍ଣପୁର —ସରକାର ୟୁ ଏ ଏସ ଲାଗୁକରିବାକୁ ନିର୍ଦ୍ଦେଶ ଦେଇଥିବାରୁ ବୌଦ୍ଧ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ପ୍ରତିବାଦ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି l ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ମାନଙ୍କ ମୂଳ ସମସ୍ୟା ଯଥା ୪୨00 ଗ୍ରେଡପେ ପ୍ରଦାନ, ଠିକା ପ୍ରଥା ଉଛେଦ, ୬ବର୍ଷ ଠିକା ଅବଧିକୁ ମୂଳ ଚାକିରିରେ ଗଣନା ଓ ଦୀର୍ଘ ଦିନ ଧରି ପଦନ୍ନୋତି ନ ହେବାରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମାନସିକ ସ୍ତରରେ ଚାପ ଗ୍ରସ୍ତ ଅଛନ୍ତି l ଏହି ସମସ୍ୟାକୁ ଦୀର୍ଘ ଦିନ ଧରି ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ଦାବୀ ପୂରଣ ହୋଇନାହିଁ l ବିଦ୍ୟାଳୟ ମାନଙ୍କରେ ୟ ଏ ଏସ ସମ୍ପର୍କିତ ଭିତିଭୂମିର ଅସୁବିଧା ରହିଅଛି l ସ୍ଥାୟୀ ପ୍ରଧାନ ଶିକ୍ଷକ ଅଭାବରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକରେ କାର୍ଯ୍ୟ ଚାଲୁଥିବାରୁ ଉକ୍ତ କାର୍ଯ୍ୟ ଅଧିକ ଚାପ ଗ୍ରସ୍ତ କରୁଅଛି l ଏଣୁ ଶିକ୍ଷକ ମାନଙ୍କର ମୌଳିକ ସମସ୍ୟାକୁ ପୂରଣ କରି ଆବଶ୍ୟକ ୟୁ ଏ ଏସ ଭିତ୍ତିଭୂମି ଯୋଗାଇ ଉକ୍ତ ଯୋଜନା କାର୍ଯ୍ୟକାରୀ କରିବା ସକାଶେ ଶିକ୍ଷକ ସଂଘ ଦାବୀ ଜଣାଇଛି l ବ୍ଲକ ସଭାପତି ରାଜକୁମାର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଶୋଭାଯାତ୍ରl ସ୍ଥାନୀୟ ଟାଉନ ହଲ ଠାରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା l ଉକ୍ତ ଶୋଭାଯାତ୍ରାରେ ରାଜ୍ୟ ସଂଘ ଉପସଭାପତି ଶମ୍ଭୁ ଗିରି, ଜିଲ୍ଲା ସମ୍ପାଦକ ମହେଶ ସେଠୀ, ବରିଷ୍ଠ ଶିକ୍ଷକ ପ୍ରଦୀପ ମହାନ୍ତି, ଜିଲ୍ଲା ଉପ ସଭାପତି ରଞ୍ଜିତା ମିଶ୍ର,ବ୍ଲକ ସମ୍ପାଦକ ଉତ୍ତମ ନାୟକ, ଉପ ସଭାପତି ପ୍ରତାପ ବେହେରା ଓ ଅଶୋକ ଘିବେଲା, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ପଣ୍ଡା, ବରିଷ୍ଠ ସଦସ୍ୟ ନିରଞ୍ଜନ ମେହେର, ସୌମିତ୍ରି କର୍ଣ୍ଣ, ସତ୍ୟନାରାୟଣ ସାହୁ, ରବୀନ୍ଦ୍ର ମେହେର, ବୁଲୁ କିଶୋର ପୁରୋହିତ, ଶମ୍ଭୁପାଣି ମଲ୍ଲିକ, ଅଯତ୍ନ ଲୁହା, ରେଣୁପ୍ରଭା ବେହେରା, ରଶ୍ମିତା ରାଣୀ ସିଂ, ଅଜିତ ମହାପାତ୍ର,ରମାକାନ୍ତ ବେହେରା,ଗଣଶିକ୍ଷକ ସଂଘ ବ୍ଲକ ସଭାପତି ସରୋଜ କୁମାର ପ୍ରଧାନ, କନିଷ୍ଠ ଶିକ୍ଷକ ସଂଘ ସଭାପତି ନାରାୟଣ ସାହୁଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *