May 9, 2025
Home » ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ନୀଳକଣ୍ଠ ନଗର ସରସ୍ଵତୀ ବିଦ୍ୟା ମନ୍ଦିର ର ଶତପ୍ରତିଶତ ସଫଳତା

୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ନୀଳକଣ୍ଠ ନଗର ସରସ୍ଵତୀ ବିଦ୍ୟା ମନ୍ଦିର ର ଶତପ୍ରତିଶତ ସଫଳତା

0
nila-nara-v

ବ୍ରହ୍ମପୁର: ପ୍ରକାଶିତ ହୋଇଥିବା ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳରେ ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ଅଭୁତପୂର୍ବ ସଫଳତା ହାସଲ କରିଛନ୍ତି । ଗତ ୩୩ ବର୍ଷ ଧରି ୧୦୦% ସଫଳତା ହାସଲ କରିଆସୁଥିବ। ଏହି ବିଦ୍ୟାଳୟର ଚଳିତ ବର୍ଷ ମୋଟ ୩୬୩ ଜଣ ଛାତ୍ର/ଛାତ୍ରୀମାନେ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିଲେ । ଏହି ବର୍ଷ ହୋଇଥିବା ମୋଟ ୩୬୩ ଛାତ୍ର/ଛାତ୍ରୀଙ୍କ ମଧ୍ୟରୁ Al Grade ଅର୍ଥାତ, ୯୦%ରୁ ଉର୍ଦ୍ଧରେ ୭୬ ଜଣ, A2 Grade ଅର୍ଥାତ୍ ୮୦%ରୁ ଉର୍ଦ୍ଧରେ ୧୩୩ ଜଣ, ଏବଂ BI Grade ଅର୍ଥାତ୍ ୭୦%ରୁ ଉର୍ଦ୍ଧରେ ୯୪ ଜଣ, ଉତ୍ତୀର୍ଣ୍ଣ ହୋଇ ସାରା ରାଜ୍ୟରେ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି ।

ସେଥିମଧ୍ୟରୁ ପ୍ରଥମ ସ୍ଥାନରେ ମିଳିତ ଭାବରେ ଅର୍ପିତା ଆଚାର୍ଯ୍ୟ ଓ ଆଶୁତୋଷ ସେଠୀ ମୋଟ ୫୮୨ ମାର୍କ (୯୭%), ଦ୍ବିତୀୟ ସ୍ଥାନରେ ପ୍ରତ୍ୟୁଷ କୁମାର ନାୟକ ୫୭୬ ମାର୍କ (୯୬%), ତୃତୀୟ ସ୍ଥାନରେ ପ୍ରାୟ ରଞ୍ଜନ ପଣ୍ଡା ୫୭୫ ମାର୍କ (୯୫.୮୩%). ଚତୁର୍ଥ ସ୍ଥାନରେ ଆଜ୍ଞାକ୍ଷା ଜେନା ମୋଟ ୫୭୧ ମାର୍କ (୯୫.୧୭%), ପଞ୍ଚମ ସ୍ଥାନରେ ମିଳିତ ଭାବେ ପ୍ରୀତିରାଣି ଭୂୟାଁ ଓ ବିଶ୍ଵଜିତ ପାତ୍ର ମୋଟ ୫୭୦ ମାର୍କ (୯୫%), ଷଷ୍ଠ ସ୍ଥାନରେ ଆଯୁଶକାନ୍ତ ରଥ ମୋଟ ୫୬୯ ମାର୍କ (୯୪.୮୩%), ସପ୍ତମ ସ୍ଥାନରେ ମିଳିତ ଭାବେ ରାକେଶ କୁମାର ସେଠୀ ଓ ଖୁସୁବୁ ରାଣୀ ସାହୁ ମୋଟ ୫୬୮ମାର୍କ (୯୪.୬୭%), ଅଷ୍ଟମ ସ୍ଥାନରେ ମିଳିତ ଭାବେ ଶୁଭମ ସାହୁ, ଆଶୁତୋଷ ପାତ୍ର, ପ୍ରଜାପତି ସାହୁ, ଶୁଭ୍ରଜିତ ପୃଷ୍ଟି, ସୌମ୍ୟ ରଞ୍ଜନ ପାଣିଗ୍ରହୀ, ଶୁଭଙ୍କର ଦାସ ଓ ଆଶୁତୋଷ ପାତ୍ର ମୋଟ ୫୬୫ ମାର୍କ (୯୪.୧୭%), ନବମ ସ୍ଥାନରେ ବିଶ୍ଵ ରଞ୍ଜନ ସାମନ୍ତରାୟ ମୋଟ ୫୬୪ ମାର୍କ (୯୪%) ଓ ଦଶମ ସ୍ଥାନରେ ପ୍ରତିକ୍ଷା ମହାରଣା ମୋଟ ୫୬୩ ମାର୍କ (୯୩.୮୩%) ରଖି ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ ସହ ରାଜ୍ୟସ୍ତରରେ ବିରଳ ସଫଳତା ହାସଲ କରିଛନ୍ତି । ବିଦ୍ୟାଳୟର ଶିଶୁମାନଙ୍କର ଏହି ଅଭୂତପୂର୍ବ ସଫଳତା ପାଇଁ ପରିଚାଳନା ସମିତିର ସଭାପତି ଶ୍ରୀ ଜିବାନନ୍ଦ ତ୍ରିପାଠୀ, ସମ୍ପାଦକ ଶ୍ରୀନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦକ ଶ୍ରୀ ନିଳକଣ୍ଠ ସାହୁ, କୋଷାଧ୍ୟକ୍ଷ ଶ୍ରୀ ସୋମନାଥ ନନ୍ଦ, ସଦସ୍ୟ ଶ୍ରୀମତି ପ୍ରଣତି ସାମଲ ଓ ବାସନ୍ତି ବେହେରା ଉପଦେଷ୍ଟା ଡ.ଶ୍ରୀକାନ୍ତ ମହାପାତ୍ର, ଡ. ହରିକୃଷ୍ଣ ନାୟକ, ଶ୍ରୀମତୀ ମମତା ପାଣିଗ୍ରାହୀ, ଶ୍ରୀ ଧର୍ମରାଜ ସାହୁ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଶ୍ରୀ ନରସିଂହ ଚୌଧୁରୀ, ଶ୍ରୀ ସୁଦର୍ଶନ ପାଢ଼ୀ, ବି.ଗଜପତି ରାଓ ଓ ଶ୍ରୀ ହରିକୃଷ୍ଣ ପାଢ଼ୀ, ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଏସ୍. ମୋହନ ରାଓ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁରେଶ କୁମାର ଆଚାର୍ଯ୍ୟ ଏବଂ ବିଦ୍ୟାଳୟ ଶୈକ୍ଷିକ ପ୍ରଶାସକ ଶ୍ରୀ ଉମାଧବ ମହାନ୍ତି, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସମସ୍ତ ଅଭିଭାବକଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

ବ୍ରହ୍ମପୁର ଇପିଏ ରୁ ଓ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *