December 20, 2025
Home » ୧୦୦ ବର୍ଷର ବଡବାର୍ଲି ଗାଁର ବାସିନ୍ଦାଙ୍କ ଭରସା ପାହାଡର ଝର ପାଣି ବିଫଳତା ବିକାଶ ଚିତ୍ର ବଡବାର୍ଲି ଗାଁର ଜଳ ସମସ୍ୟା

୧୦୦ ବର୍ଷର ବଡବାର୍ଲି ଗାଁର ବାସିନ୍ଦାଙ୍କ ଭରସା ପାହାଡର ଝର ପାଣି ବିଫଳତା ବିକାଶ ଚିତ୍ର ବଡବାର୍ଲି ଗାଁର ଜଳ ସମସ୍ୟା

0
WhatsApp Image 2025-04-09 at 1.21.21 PM

ପାପଡ଼ାହାଣ୍ଡି ବ୍ଲକ ସାନବାର୍ଲି ପଞ୍ଚାୟତର  ବଡବାର୍ଲି ଗାଁରେ ବସତି ସ୍ଥାପନ ହୋଇ ୧୦୦ ବର୍ଷ  ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାଣି ସମସ୍ୟାର ସମାଧାନ ହୋଇପାରିନାହିଁ । ଗ୍ରାମବାସୀଙ୍କ କହିବାନୁଯାୟୀ ଗାଁରେ ୨୧୮ ଆଦିବାସୀ ଓ ଦଳିତ ପରିବାରର ଘର ପ୍ରାୟ ହଜାରରୁ ଉର୍ଦ୍ଧ୍ବ ଜନ ସଂଖ୍ୟା ରହିଥିବା ସହ ଉକ୍ତ ଗ୍ରାମକୁ ସେବା,ରାସ୍ତା, ବିଜୁଳି ପହଞ୍ଚି ପାରିଥିବା ବେଳେ ଆଜି ପର୍ଯ୍ୟନ୍ତ ପାଣି ସମସ୍ୟା ସମାଧାନ ହୋଇ ନ ପାରି ଗ୍ରାମ ବାସୀ ଗାଁ ର ମହିଳାମାନେ ସକାଳୁ ସକାଳୁ ବାହାରି ଗୋଟିଏ କିଲୋମିଟର ଦୂରରେ ଥିବା ପ୍ରାୟ ୩୦ ଫୁଟ ତଳକୁ ଥିବା ନିକଟସ୍ଥ ପାହାଡର ଝର ପାଣି ସଂଗ୍ରହ କରି ତାହା ରସେଇ ପାଇଁ ବ୍ୟବହାର କରୁଥିବା ବେଳେ ପିଇବା ପାଇଁ,ଗାଧୁଆ ପାଇଁ, ରସେଇ ପାଇଁ ମଧ୍ୟ ବ୍ୟବହାର କରି ଆସୁଛନ୍ତି। ଗ୍ରାମବାସୀ ସମ୍ପୂର୍ଣ୍ଣ ରୂପେ ଉକ୍ତ ପାହାଡିଆ ଝର ପାଣି ଉପରେ ନିର୍ଭର କରି ଆସୁଛନ୍ତି । ଏଥିସହ ଝର ଜଳ ନିକଟରେ ୨ଟି  ପାଇପ୍‌ ଲଗାଇ ପାଣି ସଂଗ୍ରହ କରୁଥିବା ବେଳେ କରାଯାଉଛି । ଏପରିକି ଗାଁରେ  କାହାରି ମୃତ୍ୟୁ ହେଲେ ୨ କିମି ଦୂର ସାନବାର୍ଲି ଓ ନୂଆଗୁଡା ଗାଁ ପୋଖରୀକୁ ଯାଇ ଅନ୍ତ୍ୟେଷ୍ଟିକ୍ରିୟା ପରେ ସ୍ନାନ ଶୌଚ କରିବାକୁ ପଡ଼ୁଚି ।
ଜିଲ୍ଲା ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ ପକ୍ଷରୁ ଗ୍ରାମରେ ୩ଟି ନଳକୂଅ , ମେଗା ପାନୀୟଜଳ ପ୍ରକଳ୍ପରେ ଗୋଟିଏ ଟାଙ୍କି ନିର୍ମାଣ କରି ଆଜି ପର୍ଯ୍ୟନ୍ତ  ପାଇପଲାଇନ୍‌ ସଂଯୋଗ କରିନାହାନ୍ତି । ରହିଥିବା ତିନୋଟି ନାଳକୁମା ଅକାମୀ ଥିବା ବେଳେ ଗ୍ରାମବାସୀ କୌଣସି ନିର୍ମାଣ କାର୍ଯ୍ୟ କରିବା ପାଇଁ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଏକ  ଝରଣାରୁ ୧୫ଶହ ଟଙ୍କାରେ ଟ୍ରାକ୍ଟରରେ ପାଣି କିଣି ଆଣି କାମ କରାଯାଉଛି । ଏପରିକି ଝରପାନିରେ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ମଧ୍ୟାର୍ଣ ଭୋଜନ ପାଇଁ ମଧ୍ୟ ବ୍ୟବହାର କରାଯାଉଛି ।
ଅନେକଥର ଗ୍ରାମବାସୀ ରାଜନେତା ,ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟା ଯୋଗୁଁ ନାହିଁ ନଥିବା ଯନ୍ତ୍ରଣର ଶିକାର ହେଉଛନ୍ତି । ଜିଲ୍ଲା ପ୍ରଶାସନ ହେଉ ରାଜନେତା ହୁଅନ୍ତୁ ବିକାଶର ଡିମଡିମା ବଜେଇଥିବା ବେଳେ ଉକ୍ତ ଗ୍ରାମର ମାନଚିତ୍ର ବିକାଶର ଜ୍ୱଳନ୍ତ ଉଦାହରଣ ପାଲଟିଛି । ଉକ୍ତ ଗ୍ରାମର ଜଳ ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ଗୁରୁତ୍ଵ ଦେଇ ଦୃଷ୍ଟି ଦେଇ ସମାଧାନ କଲେ ଗ୍ରାମବାସୀ ଉପକୃତ ହୋଇପାରି ଥାନ୍ତେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *