February 4, 2026
Home » ୧୦୮ତମ କୁଣ୍ଡୀୟ ବିଶ୍ୱ ଶାନ୍ତି ଯଜ୍ଞ ଉପଲକ୍ଷେ ଭୂମିପୂଜନ ଅନୁଷ୍ଠିତ

୧୦୮ତମ କୁଣ୍ଡୀୟ ବିଶ୍ୱ ଶାନ୍ତି ଯଜ୍ଞ ଉପଲକ୍ଷେ ଭୂମିପୂଜନ ଅନୁଷ୍ଠିତ

0
WhatsApp Image 2026-01-13 at 3.44.11 PM

ରାୟଗଡ଼ ସହରର ଜେସ୍କୋ ଗ୍ରାଉଣ୍ଡରେ ଚଳିତ ମାସ ଜାନୁଆରୀ ୩୧ ରୁ ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ୧୦୮ତମ କୁଣ୍ଡୀୟ ବିଶ୍ୱ ଶାନ୍ତି ଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ଅବସରରେ ରାୟଗଡ଼ା ସହରରେ ସ୍ଥିତ ଆଇଏସିଆର ନିକଟସ୍ଥ ଯେଏସକୋ ପଡିଆରେ ପୂଜ୍ୟ ପୁରୁଷୋତ୍ତମ ମୁନି ଏବଂ ସ୍ୱାମୀ ଚୈତନ୍ୟ ରାମ ମହାରାଜଙ୍କ ପରି ପ୍ରମୁଖ ବ୍ୟକ୍ତିତ୍ୱଙ୍କ ନେତୃତ୍ୱରେ ଭୂମି ପୂଜନ ଓ ଧ୍ୱଜାରୋହଣ କାର୍ଯ୍ୟକ୍ରମ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡା ବିଧାୟକ ଶ୍ରୀ ଆପୂଲୁ ସ୍ୱାମୀ କାଦ୍ରାକା , ସମ୍ମାନୀତ ଅତିଥିଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପୂର୍ବପ୍ରାନ୍ତ ସେବା ପ୍ରମୁଖ ଶ୍ରୀ ଦୀପକ ରାଉତ, ଆୟୋଜକ ବିଜେପି ନେତା ତଥା ଟ୍ରକ ମାଲିକ ସଂଘ ସଭାପତି ଶ୍ରୀ ୟେଲ୍ଲା ୱେଙ୍କଟେଶ୍ୱର ରାଓ, ମିଟସ ଗ୍ରୁପ ର ଅଧ୍ୟକ୍ଷ ବାଳକୃଷ୍ଣ ପଣ୍ଡା, ହରିପୁର ଗୁରୁକୁଳର ପୁରୁଷୋତ୍ତମ ମୁନିଜି,ଚୈତନ୍ୟ ରାମଜି,ଓଡିଶା ଆଦିବାସୀ ମଞ୍ଚର ଆବାହିକା ଶ୍ରୀମତୀ ବିଦୁଲତା ହୁଇକା, ରାୟଗଡା ପୌରପରିଷଦର ଉପ ନଗର ପାଳ ଶ୍ରୀମତୀ ଶୁଭ୍ରା ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।


ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରେ ଶାନ୍ତି ଏବଂ ସମୃଦ୍ଧି ଆଣିବାର ଲକ୍ଷ୍ୟରେ ଜୀବନକୁ ଉନ୍ନତ କରିବା ପାଇଁ ଆଧ୍ୟାତ୍ମିକ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରୟାସ ରହିଥିବା ବେଳେ ଆୟୋଜକଙ୍କର ପଦକ୍ଷେପ ଜିଲ୍ଲାରେ ଶାନ୍ତି ଏବଂ ସଦ୍ଭାବକୁ ପ୍ରୋତ୍ସାହିତ କରିବ ବୋଲି ଆଶା ପ୍ରକାଶ କରିଥିଲେ । ଶ୍ରୀ ପ୍ରମୋଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନୀୟ ନେତା ଏବଂ ସମ୍ପ୍ରଦାୟର ସଦସ୍ୟ ଯୋଗ ଦେଇଥିଲେ। ଜାନୁଆରୀ ୩୧ ରୁ ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମରେ ଅବିଭକ୍ତ କୋରାପୁଟ ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲା ର ଭକ୍ତ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଣୁ ଆଗକୁ ହେବାକୁ ଥିବା ମହାଯଜ୍ଞ ପାଇଁ ବିଶାଳ ଜନ ସମାଗମ ହେବାର ଆଶା କରାଯାଉଛି। ଗାୟତ୍ରୀ ପରିବାର ଓ ଆର୍ଯ୍ୟ ସମାଜର ଭକ୍ତ ମାନେ ଯୋଗଦେଇ ମହାଜଜ୍ଞରେ ଅର୍ଘ୍ୟ ଦାନ କରିଥିଲେ। ସମସ୍ତେ ବନ୍ଦେ ମାତରମ ଗାନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମକୁ ଉଦୟ ପଣ୍ଡା,ରାଜୁ ସାହୁ, କୀର୍ତ୍ତି ଚନ୍ଦ୍ର ସାହୁ ବିଶ୍ୱଜିତ ପଣ୍ଡା, ଡମ୍ବୁରୁ ପଣ୍ଡା ପ୍ରମୁଖ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା ବିଜେପି ର ଉପ ସଭାପତି ଚକ୍ରଧର ବିଡ଼ିକା, ସାଧାରଣ ସମ୍ପାଦକ, ପୃଥିବୀରାଜ ଧନପତି,ବାସୁଦେବ ହୋତା, ଅରୁଣ କୁମାର ସେଠି, ପ୍ରଳୟ କୁମାର ସାହୁ, ଚନ୍ଦ୍ର ଶେଖର ପାତ୍ର, ରତ୍ନାକର ପଣ୍ଡା, ସୁରେଶ କୁମାର ଜେନାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *