July 5, 2025
Home » ୧୧୭ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥଯାତ୍ରାରେ

୧୧୭ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥଯାତ୍ରାରେ

0
WhatsApp Image 2025-01-17 at 3.11.31 PM (2)

ପୁରୀ ୧୬/୧ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରେ ପୁରୀ ଜିଲ୍ଲା ରୁ ଆଜି ୧୧୭ ଜଣ ବରିଷ୍ଠ ନାଗରିକ ଙ୍କୁ ତୀର୍ଥଯାତ୍ରାରେ ପ୍ରେରଣ କରାଯାଇଛି।ଏହି ବରିଷ୍ଠ ନାଗରିକ ମାନେ ସିରିଡି ଓ ନାସିକ ପରିଭ୍ରମଣ କରିବା ସହ ଚଳିତ ମାସ ୨୨ ତାରିଖରେ ଫେରିଆସିବାର କାର୍ଯ୍ୟକ୍ରମ ରହିଛି।ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ସମାଜ ସେବୀ ରାଜୁ ପାତ୍ର ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀ ମାନଙ୍କୁ ପୁଷ୍ପ ଗୁଛ ଦେଇ ଯାତ୍ରାର ଶୁଭ କାମନା କରିଥିଲେ।ଅତିଥି ମାନେ ନଡ଼ିଆ ବାଡେଇ ଯାତ୍ରା ର ସଫଳତା କାମନା କରିଥିଲେ।ନିଜ ନିଜର ଦାୟିତ୍ୱ ଓ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ସହାୟତା ପାଇଁ ଯାଇଥିବା କର୍ମଚାରୀ ମାନଙ୍କ ସୂଚନା ଅନୁସାରେ ପରିଭ୍ରମଣ କରିବାକୁ ତୀର୍ଥଯାତ୍ରୀ ଙ୍କୁ ଅନୁରୋଧ କରା ଯାଇଥିଲା।ଇଣ୍ଡିଆନ ରେଲୱେ ଆଣ୍ଡ କାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନପକ୍ଷରୁ ଯାତ୍ରୀ ମାନଙ୍କୁ ବିଭିନ୍ନ ଲଜିଷ୍ଟିକ ସପୋର୍ଟ ବା ସହଯୋଗ ଯୋଗାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *