July 5, 2025
Home » ୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ବିଲରେ ଲାଗିଲା ନିଆଁ।

୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ବିଲରେ ଲାଗିଲା ନିଆଁ।

0
WhatsApp Image 2025-02-09 at 5.09.54 PM

କେନ୍ଦୁଝର: ପାଟଣା ବ୍ଲକ ଅନ୍ତର୍ଗତ ସରାସକେଲା ପଞ୍ଚାୟତର ଘୁଟୁମୁହିଁ ସାହିରେ ଗୋଟେ ୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ବ୍ୟାପକ ଅଞ୍ଚଳରେ ନିଆଁ ଲାଗି ଯାଇଥିବା ଖବର ଆସିଛି।

ଏହି ସାହି ଦେଇ ଯାଇଥିବା ତାରରେ ମରାମତି ଅଭାବରେ ଖୁଣ୍ଟରେ ଥିବା ଏକ ଶଙ୍ଖ ବାହାରି ଯିବାରୁ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ି ବିଲରେ ପଡ଼ିଥିଲା। ଚାହୁଁ ଚାହୁଁ ବିଲରେ ଥିବା ଗଛ ପତ୍ରରେ ନିଆଁ ଲାଗି ଯାଇଥିଲା।


ଲୋକେ ଭୟଭୀତ ହୋଇ ଦମକଳ ଡାକି ଥିଲେ ବିଦ୍ୟୁତ୍ ବିଚ୍ଛିନ୍ନ ହେବାରୁ ନିଆଁକୁ ଆୟତ୍ତ କରାଯାଇଛି। ପାଖରେ ନିଆଁ ଲାଗିଥିଲେ ମଧ୍ୟ ଘରକୁ ବ୍ୟାପି ନଥିଲା କେହି ମଧ୍ୟ ଆହତ ହୋଇ ନାହାନ୍ତି। ସ୍ଥାନୀୟ ଲୋକେ ୧୧ କେଭି ବିଦ୍ୟୁତ୍ ତାରର ଠିକଣା ରକ୍ଷଣାବେକ୍ଷଣ କରିବାକୁ ଦାବି କରିଛନ୍ତି।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)
ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *