March 25, 2026
Home » ୧୩ତମ ବର୍ଷରେ ଧର୍ମଗଡ଼ ଶକ୍ତି ମଣ୍ଡପରେ ବାସନ୍ତିକ ଦୁର୍ଗାପୂଜା

୧୩ତମ ବର୍ଷରେ ଧର୍ମଗଡ଼ ଶକ୍ତି ମଣ୍ଡପରେ ବାସନ୍ତିକ ଦୁର୍ଗାପୂଜା

0
WhatsApp Image 2026-03-25 at 1.23.59 PM

 

ସାର୍ବଜନୀନ ଦୁର୍ଗା ପୂଜା କମିଟି, ଶକ୍ତିମଣ୍ଡପ-ଧର୍ମଗଡ଼ ପକ୍ଷରୁ ମା ଦୁର୍ଗାଙ୍କ ଚୈତ୍ର କାଳୀନ ବାସନ୍ତିକ ଦୁର୍ଗାପୂଜା ଶକ୍ତିମଣ୍ଡପ ଠାରେ ୧୩ତମ ବର୍ଷ ପାଇଁ ମହାସମାରୋହରେ ଚାଲିଛି। ଏହି ଅବସରରେ ପ୍ରତ୍ୟେକ ସନ୍ଧ୍ୟା ୭ଘଣ୍ଟା ସମୟରେ ସାନ୍ଧ୍ୟ ମହା ଆଳତୀ ଆଳତି ଦର୍ଶନ ଓ ପ୍ରସାଦ ବିତରଣ ର ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ଦିବା ୧ଘଣ୍ଟା ସମୟରେ ସର୍ବସାଧାରଣ ଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା ରହିଛି। ସୂଚନା ଯୋଗ୍ୟ ଯେ, ଆଜି ଠାରୁ ମଣ୍ଡପ ରେ ଅଞ୍ଚଳରେ ଚୈତ୍ର କାଳୀନ ବାସନ୍ତିକ ଦୁର୍ଗାପୂଜା ଯୋଗୁଁ ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି। ସ୍ଥାନୀୟ ସାର୍ବଜନୀନ ଦୂର୍ଗା ପୂଜା କମିଟି ପକ୍ଷରୁ ଧର୍ମଗଡ଼ ଶକ୍ତି ମଣ୍ଡପରେ ମାଁ ଦୁର୍ଗାଙ୍କ ଏହି ଚୈତ୍ର ନବ ରାତ୍ର ପୂଜା ଚାଲିଛି। ଗତକାଲି ସନ୍ଧ୍ୟାରେ ବିଲ୍ଵବରଣ, ଆଜି ସପ୍ତମୀରେ ମାଆ ଙ୍କ ମୁଖ ଦର୍ଶନ ସହ ପୂଜାରମ୍ଭ ହୋଇଥିଲା। ଅଷ୍ଟମୀରେ ସନ୍ଧି ପୂଜା ଏବଂ ପ୍ରତ୍ୟହ ଚଣ୍ଡୀ ପାଠ ସହ ହୋମ
କରାଯାଉଛି। ୨୮ ତାରିଖ ରବିବାର ଦଶମୀରେ ପୂର୍ଣ୍ଣାହୁତି ପରେ ବିସର୍ଜନ କରାଯିବ ବୋଲି ଆୟୋଜକ କମିଟିର ସଭାପତି ଭବାନୀ ଚରଣ ଦାସ ପ୍ରକାଶ କରିଛନ୍ତି। ମୁଖ୍ୟ ପୂଜକ ନିତ୍ୟାନନ୍ଦ ପତି ଓ ସହଯୋଗୀ ପୂଜକ ସୁଧାଂଶୁ ଶେଖର ରୂପ ପୂଜା ଦାୟିତ୍ବ ତୁଲାଉଛନ୍ତି ।
ସାଂସ୍କୃତିକ କାର୍ଯ୍ୟକ୍ରମରେ ୨୫ ତାରିଖ ଦିନ ବୋରଗୁଡା ଗ୍ରାମର ନାଟକ ରଖାଯାଇ ଥିବା ବେଳେ ୨୭ ତାରିଖ ଦିନ ଟୁକେଲ୍ ଦଣ୍ଡ ନୃତ୍ୟ ପରିବେଷିତ ହେବ। କର୍ତ୍ତା ଭାବେ ଶ୍ରୀମତୀ ପ୍ରଭାତୀ ପଣ୍ଡା ଓ ଶ୍ରୀ କୃପାସିନ୍ଧୁ ପଣ୍ଡା ସସ୍ତ୍ରୀକ କର୍ତ୍ତା ଦାୟିତ୍ଵ ତୁଲାଉଥିବା ବେଳେ ବରିଷ୍ଠ ସଦସ୍ୟ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସନ୍ତୋଷ କୁମାର ମେହେର, ସୁମନ୍ତ ପଣ୍ଡା, ବସନ୍ତ ଠାକୁର, ଅନିରୁଦ୍ଧ ଲହଜଲ ପ୍ରମୁଖ ସହଯୋଗ କରୁଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *