November 28, 2025
Home » ୧୪ରୁ ରାଜ୍ୟସ୍ତରୀୟ ମତ୍ସ୍ୟ ପ୍ରାଣୀ ସମାବେଶ: ଉତ୍ପାଦନକୁ ଦ୍ୱିଗୁଣିତ କରାଯିବ ମନ୍ତ୍ରୀ ଶ୍ରୀ ମଲ୍ଲିକ

୧୪ରୁ ରାଜ୍ୟସ୍ତରୀୟ ମତ୍ସ୍ୟ ପ୍ରାଣୀ ସମାବେଶ: ଉତ୍ପାଦନକୁ ଦ୍ୱିଗୁଣିତ କରାଯିବ ମନ୍ତ୍ରୀ ଶ୍ରୀ ମଲ୍ଲିକ

0
WhatsApp Image 2025-02-13 at 7.11.55 PM

ଆସନ୍ତା ୧୪ ତାରିଖରୁ ବରମୁଣ୍ଡା ପଡିଆରେ ରାଜ୍ୟସ୍ତରୀୟ ମତ୍ସ୍ୟପ୍ରାଣୀ ସମାବେଶ ଓଡିଶା ୨୦୨୫ ଆୟୋଜିତ ହେବ। ମତ୍ସ୍ୟ ଓ ପ୍ରାଣୀ ପାଳନ ଜୀବନ ଜୀବିକା ଜୈବ ସନ୍ତୁଳନ ଏହା ଲକ୍ଷ୍ୟ ରହିଛି। ଏଥିରେ ସାରା ରାଜ୍ୟର ୮୧୬୪ ମାଛ ଚାଷୀ ପ୍ରାଣୀ ପାଳନ ଯୋଗଦେବା ସହ ରାଜ୍ୟର ପ୍ରତ୍ୟେକ ଉପଖଣ୍ଡରୁ ୪ ଜଣ ସଫଳ ପ୍ରାଣୀ ଓ ମତ୍ସ୍ୟ ଚାଷୀଙ୍କୁ ସମ୍ବୋର୍ଦ୍ଧିତ କରାଯିବ। ଏଥିସହ ବିଭାଗର ଉଲ୍ଲେଖନୀୟ କାର୍ଯ୍ୟପାଇଁ ୨୪ ଜଣ ଅଧିକାରୀଙ୍କୁ ପୁରସ୍କୃତ କରାଯିବ। ଏହି ସମାବେଶର ମୁଖ୍ୟ ଆକର୍ଷଣ ପାଲଟିବ ଦୈନିକ ୨୭ ଲିଟର ରୁ ଅଧିକ କ୍ଷୀର ଦେଉଥିବା ସୁପର ବଫାଲୋ-ଭୀମ। ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉପସ୍ଥିତ ରହି ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ରାଜ୍ୟର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ର ଉତ୍ପାଦନକୁ ଦ୍ୱିଗୁଣିତ କରାଯିବା ପାଇଁ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଥିଲେ ବୋଲି ପ୍ରକାଶ କରିଥିଲେ। ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିରେ ମତ୍ସ୍ୟ ଓ ପ୍ରାଣୀ ସଂପଦର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବରିଷ୍ଠ, ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦିକ ଆଲାମ୍ , ପ୍ରାଣୀ ପାଳକ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *